ବୋଲ୍‌ ବମ୍‌ କଟକଣା କଠୋର : ଭକ୍ତ ଖାଲି ପାଦରେ ବୁଲିଲେ ବି ଗଣିବେ ତଣ୍ଡ

ରା.ଉଦୟଗିରି : ହାତ ଦ୍ବାରା ଯେମିତି କରୋନା ବ୍ୟାପିବାର ଆଶଙ୍କା ରହିଛି, ଠିକ୍ ସେଭଳି ଖାଲି ପାଦରେ ବି ଏହା ବ୍ୟାପିବାର ସମ୍ଭାବନା ରହୁଛି। ଏଣୁ, ଖାଲି ପାଦରେ ଯାତାୟତ ସକାଶେ ସଭିଙ୍କୁ ବାରଣ କରାଯାଇଛି। କିନ୍ତୁ, ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବା ହେତୁ କିଛି ବୋଲବମ୍ ଶ୍ରଦ୍ଧାଳୁ ଜଳ ତର୍ପଣ କରି ନ ପାରିଲେହେଁ ଖାଲି ପାଦରେ ଚଲାବୁଲା କରୁଥିବା ଦେଖାଯାଇଛି। ଏଣୁ, ସେମାନେ କରୋନା ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଥିବାରୁ କାହାରିକୁ ଖାଲି ପାଦରେ ଚଲାବୁଲା କରୁଥିବା ଦେଖିଲେ ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ପ୍ରକାଶ କରିଛନ୍ତି। କାହାର ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ନୁହଁ ବର˚ ପ୍ରତ୍ୟେକଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଉଦ୍ୟମ ବୋଲି ସେ କହିଛନ୍ତି।

ଇତିମଧ୍ୟରେ ଏଭଳି ଜଣେ ଭକ୍ତ ଖାଲି ପାଦରେ ଚଲାବୁଲା କରୁଥିବାରୁ ସେ ତଣ୍ଡ ଦେଇଥିବା ସୂଚନା ମିଳିଛି। ଯେହେତୁ ଲୋକଙ୍କର ଯେଉଁଠି ସେଇଠି ଛେପ ପକାଇବାର ଅଭ୍ୟାସ ରହିଛି, ଖାଲି ପାଦରେ ଯିବାଆସିବା କଲେ କରୋନା ପଜିଟିଭଙ୍କ ସ୍ବାବ ସଂସ୍ପର୍ଶରେ ଆସିବାର ସମ୍ଭାବନା ରହିଛି। ଏଣୁ, ସଭିଏଁ ଚପଲ ବ୍ୟବହାର କରନ୍ତୁ ଏବଂ ସୁବିଧା ସ୍ଥଳେ ପ୍ରତ୍ୟେକ ଦିନ ଚପଲ ଧୋଇବା ଜାରି ରଖନ୍ତୁ ବୋଲି ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର