ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରମଙ୍ଗି ଗାଁ ମୁଣ୍ଡରେ ସୋମବାର ଅପରାହ୍‌ଣରେ କାଉଡ଼ିଆଙ୍କୁ ନେଇ ଯାଉଥିବା ପିକ୍ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ଦୁଇଜଣ ମହିଳା କାଉଡ଼ିଆ ଆହତ ହୋଇଛନ୍ତି। ସେମାନେ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରଜୋଳି ପଞ୍ଚାୟତ ଅନ୍ତର୍ଗତ ରୋଡ଼ଙ୍ଗ ଗ୍ରାମର କଳାବତୀ ନାୟକ (୪୫) ଓ ସୁଲୋଚନା ସେଠୀ (୬୨)। ଉଭୟଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଳାବତୀଙ୍କ ମୁଣ୍ଡ ଫାଟିଥିବା ବେଳେ ସୁଲୋଚନାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି।

Advertisment

କାଉଡ଼ିଆମାନେ ମୟୂରଭଞ୍ଜ ଜିଲ୍ଲା ଖିଚିଂରେ ପାଣି ଢାଳି ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଆର୍‌-୦୯-ଏଲ୍‌-୪୦୨୬)ରେ ୨୦ରୁ ଊର୍ଦ୍ଧ୍ବ କାଉଡ଼ିଆ ଘରକୁ ଫେରୁଥିଲେ। କରମଙ୍ଗି ଗାଁ ମୁଣ୍ଡ କଟା ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା ତଳ ଚାଷଜମିକୁ ଓଲଟି ପଡ଼ିଥିଲା।