ଭୁବନେଶ୍ବର: ବୋଲବମ ପାଇଁ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଭିଡ଼କୁ ଲକ୍ଷ୍ୟ କରି କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀ ସହର ସାରା ରୁଟ ଲାଇନିଂ ବ୍ୟବସ୍ଥା ସହ ଟ୍ରାଫିକ ମ୍ୟାନେଜମେଣ୍ଟ କରାଯିବ। ମନ୍ଦିର ଭିତରେ ଓ ବାହାରେ ଓଡ୍ରାଫ ସହ ଫାୟାର ଓ ମୋବାଇଲ ମେଡ଼ିକାଲ ୟୁନିଟ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୫ଜଣ ଏସିପି,୮ ଜଣ ଆଇଆଇସି, ୩୩ ଜଣ ଏଏସଆଇଙ୍କ ସହ ୬ ପ୍ଲାଟୁନ ପୁଲିସ ଫୋର୍ସ ଓ ୫୦ ଜଣ ହୋମ ଗାର୍ଡଙ୍କୁ ନିୟୋଜିତ କରାଯିବ।
ସେ ଆହୁରି କହିଛନ୍ତି, ମହିଳା ଭକ୍ତଙ୍କ ପାଇଁ ମହିଳା ପୁଲିସ ଫୋର୍ସ ଓ ମହିଳା ପୁଲିସ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ଲିଙ୍ଗରାଜ ମନ୍ଦିରରେ ପାଣି ଢାଳିବା ପାଇଁ ୪ ସପ୍ତାହ ଯାଏଁ ଭିଡ଼ ରହିବ।
ବୋଲବମ ଭିଡ଼ ଲାଗି ଲିଙ୍ଗରାଜ ମନ୍ଦିରରେ କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା
/sambad/media/post_attachments/wp-content/uploads/2022/07/lingaraj-temple.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)