ଖପ୍ରାଖୋଲ: ନୃସିଂନାଥରୁ ହରିଶଙ୍କର ଆସୁଥିବା ବେଳେ ଗନ୍ଧମାର୍ଦନ ପାହାଡ଼ ଉପରେ ସୋମବାର ଜଣେ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଛତିଶଗଡ଼ ରାୟପୁର ପଣ୍ଡରା ବଜାରର ଲକି ଭୁଜବଲ (୨୫ବର୍ଷ) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସୋମବାର ରାୟପୁରର କିଛି ବୋଲବମ୍ ଭକ୍ତ ନୃସିହନାଥରୁ ହରିଶଙ୍କରକୁ ଗନ୍ଧମାର୍ଦନ ପାହାଡ଼ ଚଢ଼ି ଆସୁଥିଲେ। ଭୀମ ମଡ଼ୋଠାରେ ଲକି ହଠାତ୍ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାହାଡ଼ ଉପରୁ ଖପ୍ରାଖୋଲ ଅଗ୍ନିଶମ ବାହିନୀ ସହାୟତାରେ ତଳକୁ ଅଣାଯାଇଥିଲା।
ପରେ ତାଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖପ୍ରାଖୋଲ ପୁଲିସ ଶବ ଜବତ କରିଛି ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।