ବୋଲେରୋ-ସ୍କୁଟି ମୁହାଁମୁହିଁ ଧକ୍କା, ଯୁବକ ଗୁରୁତର ଆହତ

ନାଲକୋନଗର : ନାଲକୋ ନଗର ଥାନା ଅନ୍ତର୍ଗତ ଏଫସିଆଇ ଛକ ନିକଟରେ ବୋଲେରୋ ସହିତ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ କାଣ୍ଡସର ଗ୍ରାମରେ ଭଡ଼ାଘରେ ରହୁଥିବା ରଞ୍ଜନ କୁମାର ନାୟକ (୪୦) ଆଜି ରାତି ୮ଘଟିକା ସମୟରେ ଗିରାଙ୍ଗରୁ ନିଜ ସ୍କୁଟି ଓଡି-୧୯-ଏଚ-୨୦୭୭ ରେ ଏଫସିଆଇ ଛକ ଅଭିମୁଖେ ଆସୁଥିବା ବେଳେ ଅପରପାର୍ଶ୍ଵରୁ ଆସୁଥିବା ଏକ ବୋଲେରୋ ଓଡି-୦୧-ଟି-୨୬୪୯ ସହ ମୁହାଁମୁହିଁ ଧାକ୍କା ହୋଇଥିଲା। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ଡାହାଣ ଗୋଡଟି ସମ୍ପୁର୍ଣ୍ଣ ଦୁଇଖଣ୍ଡ ହୋଇ ଯାଇଥିଲା। ସ୍ଥାନୀୟ ଲୋକମାନେ ସ୍କୁଟି ଚାଳକକୁ ଉଦ୍ଧାର କରି ନାଲକୋ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ଗୁରୁତର ଥିବାରୁ ପ୍ରଥମେ ଅନଗୁଳ ଡାକ୍ତରଖାନା ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସିତ ପାଇଁ ଯାଇଥିବା ସୂଚନା ମିଳିଛି।

ଦୁର୍ଘଟଣା ଘଟାଇଥିବା ବୋଲେରୋ ଚାଳକ ଘଟଣାସ୍ଥଳରୁ ଖସି ଯାଇଥିଲା। ପୁଲିସ ଖବର ପାଇ ନାଲକୋ ସିଆଇଏସଏଫ କୋଲୋନୀ ଅଞ୍ଚଳରୁ କାବୁ କରିବାରେ ସଫଳ ହେବା ସହ ଉକ୍ତ ବୋଲେରୋ ଗାଡିକୁ ଜବତ କରିଛି। ଏନେଇ ନାଲକୋ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ପୁଲିସ ସୂତ୍ରରୁ ପ୍ରକାଶ।

ଠିକ୍ ସେହିଭଳି ତୁରଙ୍ଗ ଛକ ଠାରେ ଆମ୍ବୁଲାନ୍ସ ସହ କାର ଓଡି -୦୨-ବିପି-୯୫୫୮ସହ ମୁହାମୁହିଁ ଧକ୍କା। କାରଟି ଅନୁଗୋଳ ଆଡୁ ବଅଁରପାଳ ଅଭିମୁଖେ ଯାଉଥିବା ବେଳେ, ଆମ୍ବୁଲାନ୍ସଟି ବଅଁରପାଳ ଆଡୁ ଅନୁଗୋଳ ଅଭିମୁଖେ ଆସୁଥିବା ବେଳେ ତୁରଙ୍ଗ ଛକ ଠାରେ ମୁହାମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଅନୁଗୋଳ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର