କୋରେଇ: କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର ଛକରୁ ଆଜି ଅବକାରୀ ସ୍କ୍ବାଡ୍ ଦୁଇ କୁଇଣ୍ଟାଲ ଭାଙ୍ଗ ଜବତ କରିଛି। ଏହି ଘଟଣାରେ ଭାଙ୍ଗ ବୋଝେଇ ହୋଇଥିବା ଗୋଟିଏ ବୋଲେରୋ ନମ୍ବର ଓଡି-୨୯ଏ-୨୪୬୬ ଜବତ ହୋଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ କଟକ ଅଞ୍ଚଳର ନିହାର ରଞ୍ଜନ କର। ସୂଚନା ମୁତାବକ, ଜିଲ୍ଲା ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ତତ୍ତ୍ବାବଧାନରେ ଜିଲ୍ଲା ମୋବାଇଲ ସ୍କ୍ବାଡ୍ ଅଧିକାରୀ ସମୀର କୁମାର ମହାନ୍ତି ବେଣାପୁର ଛକରେ ଚଢ଼ଉ କରିଥିଲେ।
ଏହି ସମୟରେ ଏକ ବୋଲେରୋରେ ଭାଙ୍ଗ ନେଇ ଆସୁଥିବା ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଆଜି ଅଭିଯୁକ୍ତର କୋଭିଡ ଟେଷ୍ଟ ପରେ କେସ ନମ୍ବର ୯/୨୩ରେ କୋର୍ଟଚାଲାଣ କରାଯାଇଛି। ଚଢ଼ଉରେ ଯାଜପୁରରୋଡ ଅବକାରୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନ, ସୁକିନ୍ଦା ଅବକାରୀ ଭାରପ୍ରାପ୍ତ ଅଧିକାରୀ ଭାରତ କୁମାର ମିଶ୍ର, ଏସଆଇ ବିପିନ ପ୍ରଧାନ, ଶୁଭସ୍ମିତା ପ୍ରଧାନ, କ୍ଷୀରୋଦ କୁମାର ସାହୁ, କର୍ମଚାରୀ ସରୋଜ ବେହେରା ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/arrest-1.jpg)