ଯୋଡ଼ା: ଯୋଡ଼ା ସହରସ୍ଥିତ କେନ୍ଦ୍ରୀୟ ଚିକିତ୍ସ।ଳୟ ନିକଟ ରାସ୍ତାରେ ଆଜି ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣାରେ ଏକ ବାଇକ ଚୁରମାର ହୋଇଯାଇଛି। ଅଳ୍ପକେ ବାଇକ ଆରୋହୀ ବର୍ତ୍ତି ଯାଇଛନ୍ତି । ପୁଲିସ ପହଞ୍ଚି ବୋଲେରୋ ଗାଡି ଓ ବାଇକକୁ ଜବତ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଆଜି ରାତ୍ରି ସାଢେ଼ ୬ ଟା ବେଳେ
ଏନଏସି ଗେଟ୍ ଆଡୁ ଯୋଡ଼ା ବସଷ୍ଟାଣ୍ଡ ଆଡକୁ ଏକ ବଲେରୋ(ଓଡ଼ି ୦୨ଏସି ୮୫୩୫) ଦ୍ରୁତ ଗତିରେ ଯିବା ସହିତ ଅନ୍ୟ ଏକ ବଲେରୋ ଗାଡ଼ିକୁ ଓଭର ଟେକ୍ କରିବା ପରେ ସମ୍ମୁଖ ଆଡୁ ଆସୁଥିବା ଏକ ବାଇକ(ଜେଏଚ ୦୩ ଏଫ ୧୮୭୧) କୁ ଧକ୍କା ଦେଇଥିଲା। ବୋଲେରୋ ଧକ୍କାରେ ବାଇକ ଆରୋହୀ ବୋଲେରୋ ଚକା ତଳେ ପଶି ଯାଇଥିଲା। ଦୁର୍ଘଟଣାରେ ବାଇକଟି ଚୁରମାର ହୋଇ ଯାଇଥିଲା। ବୋଲେରୋ ଚକାତଳୁ ବାଇକ ଆରୋହୀଙ୍କୁ ଲୋକେ ଉଦ୍ଧାର କରିଥିଲେ। ଯୋଡା ବସଷ୍ଟାଣ୍ଡରୁ କଳାପାହାଡ଼ ରାସ୍ତାରେ ବେପରୁଆ ଗାଡ଼ି ଚାଳନା କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଲୋକେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/6-18.jpg)