ଛେଣ୍ଡିପଦା: ଦେବଗଡ଼ ଜିଲ୍ଲା କୁଣ୍ଢେଇଗୁଳା ଥାନା ବୁଢାପାଳ ଟିକିରା ପୋଲ ନିକଟରେ ନିର୍ବନ୍ଧରୁ ଫେରୁଥିବା ଏକ ବୋଲେରୋର ଆଗଚକା ଫାଟିଯିବାରୁ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ବିପରୀତ ପଟୁ ନିର୍ବନ୍ଧରୁ ଫେରୁଥିବା ବାଇକକୁ ଧକ୍କା ଦେଇ ରାସ୍ତା କଡ଼ରେ ୧୫ ଫୁଟ ତଳକୁ ବୋଲେରୋ ଓଲଟିପଡିଛି। ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ଦୁଇ ଗାଡିର ୧୧ ଜଣଙ୍କୁ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2021/02/3ae3051b-2b2d-49be-8903-5ee6cd719d02.jpg)
ସୂଚନାଯୋଗ୍ୟ ଆଜି ସନ୍ଧ୍ୟା ସାଢେ ୬ ଟାରେ ଦେବଗଡ଼ ଜିଲ୍ଲା କଣ୍ଢଳ ଗ୍ରାମର ଏକ ପରିବାରର ସମ୍ପର୍କୀୟଙ୍କୁ ଧରି ବାଲେରୋ (ଓଡ଼ି-୦୨-କେ-୦୮୧୯ ) ଅନୁଗୁଳ ଛେଣ୍ଡିପଦା ଥାନା ପୋଡାପଡା ଗ୍ରାମରୁ ନିର୍ବନ୍ଧ ସାରି ଘରକୁ ଫେରୁଥିଲେ। ଫେରିବା ବାଟରେ ଟିକିରା ପୋଲ ପାର ହେବା ପରେ ବୋଲେରୋର ଆଗଚକା ଫାଟିଯାଇଥିଲା। ଭାରସାମ୍ୟ ହରାଇ ବିପରୀତ ପଟରୁ ନିର୍ବନ୍ଧରୁ ଫେରୁଥିବା ବାଇକ (ଓଡ଼ି-୧୯-ଏ-୫୭୮୭)କୁ ଧକ୍କା ଦେଇ ରାସ୍ତା କଡ଼ରେ ୧୫ ଫୁଟ ତଳେ ବଲେରୋ ଗାଡି ଓଲଟିପଡିଥିଲା। ଦୁର୍ଘଟଣାରେ ବାଇକରେ ଥିବା ୩ ଜଣ ଓ ବଲେରୋରେ ଥିବା ଚାଳକ ସମେତ ୮ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
/sambad/media/post_attachments/wp-content/uploads/2021/02/d8ba01be-a85c-4806-b4d6-4f753df4a38d-1024x768.jpg)
ଆହତଙ୍କ ମଧ୍ୟରେ ବୋଲେରୋରେ ଥିବା ଦେବଗଡ଼ ଜିଲ୍ଲା କଣ୍ଢଳ ଗ୍ରାମର ତପନ କୁମାର ପ୍ରଧାନ(୪୫), କତକ ସାହୁ(୫୦), ଶ୍ରଦ୍ଧାଞ୍ଜଳି ସାହୁ(୫୦), ଗୁଡୁ ସାହୁ(୧୩), କେଶବ ଚନ୍ଦ୍ର ପ୍ରଧାନ(୭୦), ମନ୍ଦାକିନି ପ୍ରଧାନ(୪୦), ସାଧୁ ସାହୁ(୬୫) ବଣେଇ ଥାନା ଭାଲୁପାଲି ଗ୍ରାମର ପ୍ରସନ୍ନ ମୁଣ୍ଡା (ଚାଳକ), ବାଇକରେ ଥିବା ଛେଣ୍ଡିପଦା ଥାନା ସରପାଳ ଗ୍ରାମର ସାଗର ସାହୁ(୪୮), ପାଟକମୁଣ୍ଡା ଗ୍ରାମର ଶୁକ୍ଳାମ୍ବର ରାଉଳ(୫୨), ହିମାଂଶୁ ପ୍ରଧାନ(୨୭) ଗୁରୁତର ଆହତ ହୋଇଛନ୍ତି। ବାଇକରେ ଥିବା ୩ ଜଣ ଖାଇରପାଲି ଗ୍ରାମରୁ ନିର୍ବନ୍ଧ ସାରି ଘରକୁ ଫେରୁଥିଲେ। ସାଧୁଙ୍କ ସ୍ୱାସ୍ଥ୍ୟ ଭଲ ଥିବାବେଳେ ଅନ୍ୟ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/8382a846-f920-4f9f-9a2f-153df70b3588.jpg)