ଭୁବନେଶ୍ବର : ନିର୍ବାଚନ ଯେତିକି ପାଖଉଛି ରାଜଧାନୀରେ ରାଜନୈତିକ ବାତାବରଣ ସେତିକି ସରଗରମ ହେଉଛି। ରାଜନୈତିକ ଦଳଗୁଡ଼ିକ ପୋଷ୍ଟର ଲଗାଇବା, ପ୍ରଚାର ସମୟରେ ଅନ୍ୟ ଦଳର ପ୍ରଚାର ଗାଡ଼ି ପଶି ଆସିବା ଭଳି ସ୍ଥିତିରେ ମୁହାଁମୁହିଁ ହେଉଥିବାବେଳେ ଆଜି ବୋମାମାଡ଼ ହୋଇଛି।
ଆଜି ରାତିରେ ୟୁନିଟ-୮ରେ ଥିବା ବିଜେପିର ସ୍ଥାନୀୟ କାର୍ଯ୍ୟାଳୟ ଉପରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବୁଧବାର ରାତି ପ୍ରାୟ ସାଢ଼େ ୯ଟା ସୟରେ ୪ଜଣ ଯୁବକ ଏକ ପଲସର୍ ଓ ବୁଲେଟ୍ରେ ଆସି କାର୍ଯ୍ୟାଳୟ ଉପରକୁ ୪ଟି ବୋମାମାଡ଼ କରିଥିଲେ। ଗୋଟିଏ ବୋମା ଫୁଟିଥିବା ବେଳେ ୩ଟି ବୋମା ଫୁଟି ନଥିଲା। ବୋମା ଶବ୍ଦରେ ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ। ବୋମାମାଡ଼ ଯୋଗୁଁ କାହାର କିଛି କ୍ଷତି ହୋଇନି। ଅପରପକ୍ଷେ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ୩ଟି ଅଫୁଟା ବୋମା ଜବତ କରିଛି। ତେବେ କେଉଁମାନେ ବୋମା ମାଡ଼ କରିଥିଲେ? ସେମାନଙ୍କ ଟାର୍ଗେଟ୍ରେ କିଏ ଥିଲେ ସେନେଇ ପୁଲିସ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/boma-mada3.jpg)