କନେଷ୍ଟବଳଙ୍କ ଘରକୁ ବୋମା ମାଡ଼

ପୁରୀ : ପୁରୀ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଲାଣି। ଗତକାଲି ବିଳମ୍ବିତ ରାତିରେ ବାସେଳି ସାହି ଥାନାଠୁ ମାତ୍ର ୫୦ ମିଟର ନିକଟରେ ଜଣେ ପୁଲିସ କନେଷ୍ଟବଳଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି। ଖବର ନେବାରେ ଜଣାପଡ଼ିଛି ଯେ, ଏକ ଜମି ବିବାଦକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ପୁରୀ-ବ୍ରହ୍ମଗିରି ମୁଖ୍ୟ ରାସ୍ତାର ଜଗନ୍ନାଥ ବସ୍ତି ନିବାସୀ କନେଷ୍ଟବଳ ଇନ୍ଦ୍ରମଣି ସ୍ବାଇଁଙ୍କ ଘର ଉପରକୁ ପ୍ରାୟ ସାତୋଟି ବୋମା ମାଡ଼ ହୋଇଥିଲା। ଏଥିରୁ ଛଅଟି ବୋମା ଫୁଟିଥିବା ବେଳେ ଗୋଟିଏ ବୋମା ଫୁଟିନଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅଫୁଟା ବୋମାକୁ ଜବତ କରିଛନ୍ତି। ଏ ସଂକ୍ରାନ୍ତରେ କନେଷ୍ଟବଳ ଇନ୍ଦ୍ରମଣିଙ୍କ ବାପା ବିଘ୍ନେଶ୍ବର ସ୍ବାଇଁ ବାସେଳି ସାହି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର