ରଗଡ଼ି : ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରାଙ୍କୁ ବୋମାମାଡ଼ ଘଟଣାରେ ଆଜି ରଗଡ଼ି ଜେଲ୍ରେ ଟିଆଇ ପରେଡ୍ କରାଯାଇଛି।ଜେଲରେ ଥିବା ଅନ୍ୟତମ ଅଭିଯୁକ୍ତ ରିଣ୍ଟୁକୁ ସର୍ବେଶ୍ବର ଚିହ୍ନଟ କରିଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ନିକଟରେ ପୁଲିସ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ଗତ ମାର୍ଚ୍ଚ ୨୭ ତାରିଖ ରାତି ସାଢ଼େ ୯ଟାରେ ଧର୍ମଶାଳା ଥାନା ଇମାମନଗର ଛକ ନିକଟରେ ଦୁଇଜଣ ସାଥୀଙ୍କ ସହ ଏକ କାର୍ରେ ସର୍ବେଶ୍ବର ଜାରକା ଫେରୁଥିବା ବେଳେ ବୋମା ମାଡ଼ ହୋଇଥିଲା। ଏହି ମାମଲାରେ ଜେଏମ୍ଏଫସି ଚଣ୍ଡିଖୋଲଙ୍କ ନିଷ୍ପତ୍ତି ଅନୁଯାୟୀ ରଗଡ଼ିସ୍ଥିତ ଯାଜପୁରରୋଡ୍ ଉପକାରାଗାରରେ ଥିବା ଅଭିଯୁକ୍ତଙ୍କୁ ନେଇ ଆଜି ଟିଆଇ ପରେଡ୍ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/jajpur-RTI-activists-ff.jpg)