ଭଦ୍ରକ: ବାହାଘର ଉତ୍ସବରେ ବାଣ ଫୁଟି ବାଟରେ ଯାଉଥିବା ପଥଚାରୀଙ୍କ ଆଖିନଷ୍ଟ। ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁରୁଣାବଜାର ଥାନା ଅନ୍ତର୍ଗତ ଲାହାପଟି ଠାରେ ଏକ ବର ଶୋଭାଯାତ୍ରାରେ ବାହାରି ଥିଲା। ଏହି ବାହାଘର ଉତ୍ସବରେ ରାସ୍ତାକଡରେ ବାଣ ଫୁଟାଯାଉଥିଲା। ଯାହାକି ଉକ୍ତ ରାସ୍ତା ଦେଇ ଯାଉଥିବା ଯୁବକ ଜଣଙ୍କ ଆଖିରେ ବାଣ ଛିଟିକି ଯାଇ ମାଡ଼ ହୋଇଥିଲା। ଘଟଣାସ୍ଥଳରେ ଯୁବକ ଜଣଙ୍କ ଗୁରୁତର ହୋଇଯାଇଥିଲେ। ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ପରେ କଟକ ମେଡିକାଲ ରେଫର କରାଯାଇଥିବା ସୂଚନା ମିଳିଛି।
ଯୁବକ ଜଣଙ୍କ ଆଖିରେ ବାଣ ଫୁଟି ଥିବାରୁ, ତାଙ୍କ ଆଖି ନଷ୍ଟ ହୋଇଥିବା ମଧ୍ୟ ସୂଚନା ମିଳିଛି। ଏନେଇ ଗୁରୁତର ଯୁବକଙ୍କ ଦାଦା ପୁରୁଣାବଜାର ଥାନାରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ କୋଭିଡ କଟକଣା ସମୟରେ କେଉଁଭଳି ଭାବେ ବାଣ ଫୁଟାଯାଉଥିଲା। ପୁଲିସ ପାଖରେ ଏନେଇ କିଛି ଖବର ନ ରହିବା ତାକୁ ନେଇ ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/35a1594e-cc79-457e-a6f2-bf52708b2b03.jpg)
