ପୁରୀ: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଏ ନେଇ ବିଭିନ୍ନ ଦଳର ପ୍ରାର୍ଥୀମାନେ କରୋନା କଟକଣା ମାନି ନିର୍ବାଚନ ପ୍ରଚାର କରିବା ଆରମ୍ଭ କରିଛନ୍ତି। ତେବେ ଏ ମଧ୍ୟରେ ପୁରୀରେ ଦେଖା ଦେଇଛି ନିର୍ବାଚନୀ ହିଂସା। ପୁରୀରେ କାଶିହରିପୁର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଥିବା ମୁକ୍ତିକାନ୍ତ ପଣ୍ଡାଙ୍କ ବାରିପଟେ ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ତିନିଟି ବୋମା ନିକ୍ଷେପ କରାଯାଇଥିବା ବେଳେ ସେଥିରୁ ଗୋଟିଏ ବୋମା ଫୁଟିଥିବା କୁହାଯାଉଛି। ଏହି ଘଟଣା ପରେ ଖବର ପାଇ ଏବେ ସେଠାରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଏ ଏବଂ କ’ଣ ପାଇଁ ଏଭଳି ବୋମା ଫିଙ୍ଗିଲା ତାହା ସ୍ପଷ୍ଟ ହୋଇନାହିଁ।
ଏହି ଘଟଣାକୁ ନେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡା କହିଛନ୍ତି ଯେ, ସକାଳ ୯.୩୦ରେ ମୁଁ ଠାକୁରଙ୍କ ସେବା କରୁଥିବା ବେଳେ ମୋ ଘର ବାରି ପଟେ ବୋମା ଫିଙ୍ଗା ଯାଇଥିବା ନେଇ ଖବର ପାଇଲି। ଯେହେତୁ ମୁଁ ସରପଞ୍ଚ ପ୍ରାର୍ଥୀ ହୋଇଛି ଆକ୍ରୋଶମୂଳକ ଭାବରେ କେହି ଏଭଳି କରିଥାଇ ପାରନ୍ତି। ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କୁ ମୁଁ ବିନମ୍ର ଅନୁରୋଧ କରୁଛି ଯେ, ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବାକୁ ଦିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/ସ-99.jpg)