ପୁରୀ : ଗଛ ମୂଳରେ ପଡ଼ିଥିବା ଏକ ଟିଣ ଡବାକୁ ଆଣି କଟୁରୀରେ ଛେଚିବା ବେଳେ ବିସ୍ଫୋରଣ ଘଟିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ପୂର୍ବାହ୍ନ ପ୍ରାୟ ୭ଟା ସମୟରେ ଗିରଳ ଗ୍ରାମର କାଳିଆ ଭୋଇ(୪୫) ତାଳପତ୍ର କାଟିବା ପାଇଁ କଟୁରୀ ଧରି ଏକ ତାଳଗଛ ନିକଟକୁ ଯାଇଥିଲେ। ତେବେ ସେଠାରେ ଗୋଟିଏ ବ୍ୟାଗରେ କିଛି ଥିବାର ଦେଖି କାଳିଆ ତାହାକୁ ଖୋଲିବାରେ ଏଥିରୁ ଦୁଇଟି ଜର୍ଦ୍ଦା ଡବା ମିଳିଥିଲା। ଏହି ଡବାରେ ନିର୍ବାଚନ ଟଙ୍କା ଥିବାର ସନ୍ଦେହ କରି ସେ ଏହାକୁ ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇ କଟୁରୀ ଛେଚିବାରୁ ଏଥିରେ ବିସ୍ଫୋରଣ ହୋଇଥିଲା। ଫଳରେ କାଳିଆଙ୍କ ଦୁଇ ହାତରେ ଗଭୀର ଆଘାତ ଲଗିବା ସହ ରକ୍ତାକ୍ତ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ସଦର ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି କାଳିଆଙ୍କୁ ପଚରା ଉଚରା କରିବା ସହ ତଦନ୍ତ ଚଳାଇଛି। ନିର୍ବାଚନ ପୂର୍ବରୁ ଏହି ଗଛମୂଳରେ କୌଣସି ଦୁବୃର୍ତ୍ତ ଟିଣ ବୋମା ରଖିଥିବା ସନ୍ଦେହ କରାଯାଉଛି।
ଗଛ ମୂଳରେ ଫୁଟିଲା ବୋମା, ଯୁବକ ଗୁରୁତର
/sambad/media/post_attachments/wp-content/uploads/2019/04/bomb-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)