ବାର୍‌ହା ଶିକାର ପାଇଁ ପଡ଼ିଥିବା ବୋମା ଗାଈ ପାଟିରେ ଫୁଟିଲା

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା କେନ୍ଦୁପାଟ ଗ୍ରାମରେ ବାର୍‌ହା ଶିକାର କରିବା ପାଇଁ ବିଲରେ ପକାଯାଇଥିବା ଏକ ବୋମାକୁ ଖାଦ୍ୟ ବୋଲି ଭାବି ଖାଇଦେବାରୁ ପାଟିରେ ଫୁଟିଯାଇ ଏକ ଗାଈ ଗୁରୁତର ହୋଇଛି। କିଛି ଦୁର୍ବୃତ୍ତ ନିୟମିତ ଭାବେ ବିଲରେ ବୋମା ରଖି ବାର୍‌ହା ଶିକାର କରୁଥିଲେ। ସୁଦୁରୁ ରାଉତଙ୍କ ଗାଈ ଗତକାଲି ଚରିବାକୁ ଯାଇ ଘରକୁ ଫେରି ନଥିଲା। ଆଜି ସକାଳ ୧୦ଟାରେ କ୍ଷତାକ୍ତ ଅବସ୍ଥାରେ ଜଗାଘାଇ ନିକଟ ବିଲରୁ ଗାଈଟିକୁ ଉଦ୍ଧାର କରାଯାଇଥିଲା। ବୋମା ଚୋବାଇ ଦେବାରୁ ବିସ୍ଫୋରଣରେ ତା’ର ମୁହଁରେ ଗଭୀର ଆଘାତ ଲାଗିଛି। ଏନେଇ ସୁଦୁରୁ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାଁରେ ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି। ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର