କୋଣାର୍କ ଏକ୍ସପ୍ରେସ୍‌ରେ ବୋମା ଗୁଜବ

ଚନ୍ଦ୍ରଶେଖରପୁର :  ଆଜି ଭୋର୍‌ ୩.୧୫ରେ ଭୁବନେଶ୍ୱର ଷ୍ଟେସନ ଛାଡ଼ିଥିବା ୧୧୦୨୦ ଅପ୍‌ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍‌ର ଏକ ନିର୍ଦିଷ୍ଟ ବଗିରେ ବୋମା ଅଛି ବୋଲି ପ୍ରଚାର ହୋଇଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଯାଞ୍ଚ ପରେ ଏହା ବୋମା ନୁହେଁ, ରଙ୍ଗ ବାକ୍ସ ବୋଲି ଜାଣିବାକୁ ମିଳିଥିଲା।

ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ସାଢ଼େ ଛଅଟା ସମୟରେ ଓ୍ଵାରାଙ୍ଗଲ୍‌ ଓ ଖମାମ୍‌ ଷ୍ଟେସନ ମଧ୍ୟରେ କୋଣାର୍କ ଏକ୍ସପ୍ରେସ୍‌ର ଏସ୍‌-୧୧ ବଗିରେ ସନ୍ଦେହଜନକ ଭାବରେ ଦୁଇଟି ବାକ୍ସ ରହିଥିବା ଆରପିଏଫ୍‌ ଅଧିକାରୀମାନେ ଠାବ କରିଥିଲେ। ତେଣୁ ତେଲେଙ୍ଗାନାର ଖମାମ୍‌ ଜିଲ୍ଲା ଅନ୍ତର୍ଗତ ମଧିରା ଷ୍ଟେସନରେ ଗାଡ଼ିକୁ ଅଟକା ଯାଇଥିଲା। ଏହାପରେ ଦକ୍ଷିଣ କେନ୍ଦ୍ର ରେଳବାଇ ପକ୍ଷରୁ ଜିଆର୍‌ପି, ସ୍ଥାନୀୟ ପୁଲିସ୍‌ ଓ ବୋମାନିରୋଧୀ ଦଳ ପକ୍ଷରୁ ତନଖି କରାଯାଇଥିଲା। ତେବେ ବାକ୍ସ ଦୁଇଟି ରଙ୍ଗ ବାକ୍ସ ବୋଲି ଜଣାପଡ଼ିଥିଲା। ଏହା ପରେ ଟ୍ରେନ୍‌ ପୁଣିଥରେ ଯାତ୍ରା ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର