ରାଜ୍ୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଉପରେ ବୋମାମାଡ଼, ୨ ଗିରଫ

ଭୁବନେଶ୍ୱର : ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଉପରେ ହୋଇଛି ବୋମାମାଡ। ବୋମାମାଡ଼ରେ କାର୍ଯ୍ୟାଳୟର କୌଣସି କ୍ଷତି ହୋଇନଥିବା ବେଳେ ଏଥିରେ ସଂପୃକ୍ତ ୨ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ କଟକ ଆସି ଫେରିଯିବା ପରେ ପରେ ଭୁବନେଶ୍ୱରସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଉପରେ ହୋଇଥିଲା ବୋମାମାଡ଼। ଦୁଇଜଣ ବ୍ୟକ୍ତି ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରଥମେ କାର୍ଯ୍ୟାଳୟରେ ନିୟୋଜିତ ସିକ୍ୟୁରିଟ ଗାର୍ଡଙ୍କୁ ଗାଳିଗୁଲଜ କରିବା ପରେ ପଲିଥିନ ବ୍ୟାଗରେ ଆଣିଥିବା ଦୁଇଟି ବୋମାକୁ କାର୍ଯ୍ୟାଳୟ ଉପରକୁ ଫୋପାଡ଼ି ଥିଲେ। ବୋମା ଦୁଇଟି କାର୍ଯ୍ୟାଳୟ ବାହାରେ ପଡିବାରୁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ବୋମାମାଡ଼ କରି ଦୁଇଜଣ ବ୍ୟକ୍ତି ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହ ବୋମାମାଡ଼ରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର