କଟକ : ଭୁବନେଶ୍ୱରର ବମିଖାଲ-ସହିଦନଗର ରେଳ ଓଭରବ୍ରିଜ ଭୁଶୁଡିବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ପଣ୍ଡା ଇନଫ୍ରା ପ୍ରୋଜେକ୍ଟ(ଇଣ୍ଡିଆ) ସଂସ୍ଥାର ମୁଖ୍ୟ ପ୍ରତାପ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ କେସ୍ ଡାଏରି ଦାଖଲ ପାଇଁ ଲକ୍ଷ୍ମୀସାଗର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ପ୍ରତାପଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୯ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଓଭରବ୍ରିଜର ଏକ ସ୍ଲାବରେ କଂକ୍ରିଟ ଢଳେଇ ଚାଲିଥିବା ବେଳେ ଏହା ଭୁଶୁଡି ପଡିବା ଯୋଗୁ ଜଣଙ୍କ ମୃତ୍ୟୁ ହେବା ସହ କେତେକ ଆହତ ହେବା ପରେ ଏ ନେଇ ଲକ୍ଷ୍ମୀସାଗର ଥାନାରେ ଆଇପିସିର ଦଫା ୩୦୪, ୩୩୭, ୩୩୮ ଓ ୩୪ରେ ମାମଲା ରୁଜୁ ହୋଇଥିଲା। ପଣ୍ଡା ଇନଫ୍ରା ସଂସ୍ଥାର ମୁଖ୍ୟ ଓ ଅନ୍ୟ ନିର୍ଦ୍ଦେଶକଙ୍କ ସହିତ ବିଭାଗୀୟ ଇଂଜିନିୟରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାପରେ ପ୍ରତାପ ପଣ୍ଡାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଖୋର୍ଦ୍ଧା ଦୌରା ଜଜ୍ ଅଦାଲତରେ ତାଙ୍କ ଜାମିନ ଖାରଜ ହେବା ପରେ ପ୍ରତାପ ହାଇକୋର୍ଟରେ ଆବେଦନ କରିଛନ୍ତି।
ଠିକାଦାର ପ୍ରତାପ ପଣ୍ଡାଙ୍କ ଜାମିନ ଆବେଦନ; କେସ୍ ଡାଏରି ଦାଖଲ ନିର୍ଦ୍ଦେଶ
ବମିଖାଲ ଓଭର ବ୍ରିଜ ଭୁଶୁଡିବା ଘଟଣା
/sambad/media/post_attachments/wp-content/uploads/2017/10/bomikhal-bridge-collapse.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)