ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣା: ଦୁଇ ଯନ୍ତ୍ରୀଙ୍କୁ ଜାମିନ

କଟକ : ବମିଖାଲ ରେଳ ଓଭରବ୍ରିଜ ଭୁଶୁଡିବା ଘଟଣାକୁ ନେଇ ରୁଜୁ ମାମଲାରେ ଆର୍‌ ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ ଓ ସହକାରୀ ଯନ୍ତ୍ରୀ ଦୁର୍ଗା ଚରଣ ସାହୁଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଲକ୍ଷ୍ମୀସାଗର ଥାନାରେ ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣାକୁ ନେଇ ପୁଲିସ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ମୁଖ୍ୟ, ନିର୍ଦ୍ଦେଶକଙ୍କ ସମେତ ୧୦ ଜଣଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ଏହି ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଦୁଇ ଯନ୍ତ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଆବେଦନକାରୀଙ୍କୁ ଭୁବନେଶ୍ୱର ଏସଡିଜେଏମ୍‌ ଅଦାଲତରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆତ୍ମସମର୍ପଣ ପରେ ଆବେଦନକାରୀଙ୍କୁ ଏସଡିଜେଏମ୍‌ ଅଦାଲତ ସର୍ତ୍ତ ରଖି ଜାମିନରେ ଛାଡିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବସ୍ନାନ ଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର