ଦାଦନ ଦୁଃଖ : ହାଇଦ୍ରାବାଦରେ ୧୪ ଓଡ଼ିଆ ବନ୍ଧକ, ଖସି ଆସିଲେ ଆହତ ଶ୍ରମିକ

ଅନୁଗୁଳ : ହାଇଦ୍ରାବାଦର ଇଟାଭାଟିରେ ବନ୍ଧା ପଡ଼ିଛନ୍ତି ଅନୁଗୁଳର ୧୪ ଜଣ ଓଡ଼ିଆ ଶ୍ରମିକ। ସେମାନଙ୍କ ସହିତ ଯାଇଥିବା ଜଣେ ଶ୍ରମିକ ଖସିଆସିବା ପରେ ଏହା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଏହି ଶ୍ରମିକମାନଙ୍କ ଘର ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ଗ୍ରାମ। ୨ ଜଣ ଦଲାଲ ସେମାନଙ୍କୁ କଣ୍ଟାବାଞ୍ଜି ନେବାକୁ କହି ହାଇଦ୍ରାବାଦ ପୋଇତାପାଲିର ଏମ୍‌ଏସ୍‌ଆର ଇଟାଭାଟି ମାଲିକଙ୍କ କବ୍‌ଜାରେ ଛାଡ଼ିଦେଇ କେଉଁଆଡ଼େ ଚମ୍ପଟ ମାରିଥିଲେ। ଏହା ଜାଣିବା ପରେ ଶ୍ରମିକମାନେ ପ୍ରତିବାଦ କରିଥିଲେ ହେଁ ଉକ୍ତ ଇଟାଭାଟି ମାଲିକ କୌଣସି କଥା ନଶୁଣିନଥିଲେ। ସେଠାରେ ସେମାନଙ୍କୁ ଖାଇବା ପିଇବା ପାଇଁ ନଦେଇ ଅକଥନୀୟ ଯନ୍ତ୍ରଣା ଦେଉଥିଲେ। ଜଣେ ଶ୍ରମିକ ଗଗନ ବେହେରାଙ୍କୁ ସାଙ୍ଘାତିକ ମାଡ଼ ମାରି ମେଡିକାଲରେ ଭର୍ତ୍ତି କରି ଦେଇଥିଲେ। କିନ୍ତୁ ଚିକିତ୍ସିତ ହେଉଥିବା ସମୟରେ ଏକ ଅଜଣା ବ୍ୟକ୍ତିଙ୍କ ସହାୟତାରେ ସେଠାରୁ ସେ ଓ ତାଙ୍କ ପତ୍ନୀ କୌଶଳକ୍ରମେ ଗତକାଲି ଅନୁଗୁଳକୁ ପଳାଇ ଆସିବାରେ ସକ୍ଷମ ହୋଇଛନ୍ତି। ଗଗନ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପୃଥକ୍‌ ପୃଥକ୍ ଭାବେ ଭେଟି ଏହି କରୁଣ କାହାଣୀ ବର୍ଣ୍ଣନା କରିବା ସହିତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନି‌େବଦନ କରିଛନ୍ତି।

ସମ୍ବନ୍ଧିତ ଖବର