ଆସ୍କାରେ ବନ୍ଧକ ଅଛନ୍ତି ୭ ଶ୍ରମିକ

ବଲାଙ୍ଗୀର : ଇଟାଭାଟିକୁ କାମ କରିବାକୁ ଯାଇଥିବା ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ ତାଲଜୁରୀ ଗାଁର ୭ ଜଣ ଶ୍ରମିକ ଆସ୍କାରେ ବନ୍ଧକ ରହିଛନ୍ତି। କୌଣସି ପ୍ରକାରେ ସେଠାରୁ ଲୁଚି ଚାଲିଆସିଥିବା ଦୁଇ ଜଣ ଶ୍ରମିକ ବନ୍ଧକ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି।

ଗତ ଏକ ମାସ ତଳେ ତାଲଜୁରୀ ଗାଁର ୯ ଜଣ ଆସ୍କାକୁ ଦାଦନ ଖଟିବାକୁ ଯାଇଥିଲେ। ପାଟଣାଗଡ଼ ଅଂଚଳର ଜଣେ ସର୍ଦ୍ଦାର ତାଙ୍କୁ ନେଇଥିଲା। ସର୍ଦ୍ଦାର ଇଟାଭାଟି ମାଲିକଠାରୁ ଶ୍ରମିକଙ୍କ ଟଙ୍କା ନେଇ ଆଉ ଶ୍ରମିକମାନଙ୍କୁ ଦେଇନଥିଲା। ଏପଟେ ଶ୍ରମିକମାନେ ଇଟାଭାଟି ମାଲିକକୁ ଟଙ୍କା ବାବଦରେ ସେଠାରେ କହିବା ପରେ ଜଗୁଆଳ ରଖି ସେମାନଙ୍କୁ ଦିନରାତି କାମ କରିବାକୁ ବାଧ୍ୟ କରିଥିଲା। ପ୍ରତିବାଦ କଲେ ମାଡ଼ ମାରୁଥିଲା। ସେଠାରୁ ଗାଁର ଟିକମଣି ସାହୁ ଓ ହୀରାଲାଲ ସାହୁ ଚାଲି ଆସିଥିବା ବେଳେ ବିମଳ ସା, ଚନ୍ଦ୍ରକାନ୍ତୀ ନାଏକ, ବେନ୍ଦ୍ରୀ ସାହୁ, ବାସୁଦେବ ସାହୁ, ବୁଲନ୍ଦି ସାହୁ, ସଂଗୀତା ସାହୁ ପ୍ରମୁଖ ୭ ଜଣ ଶ୍ରମିକ ଆସ୍କାରେ ବନ୍ଧକ ରହିଛନ୍ତି।

ସମ୍ବନ୍ଧିତ ଖବର