ବୁକ୍ ସର୍କୁଲାର -୪୭ ଅମାନ୍ୟ କଲେ ଏଥିକ୍ସ କମିଟିର ସାମ୍ନା କରିବେ ବାବୁ

ଆପତ୍ତି ଉଠାଇଥିଲେ ନରସିଂହ ମିଶ୍ର, ସ୍ପଷ୍ଟ କଲେ ବାଚସ୍ପତି

ଭୁବନେଶ୍ବର : ପ୍ରଶ୍ନକାଳ ବାତିଲ୍ କରି ସ୍ମିତାରାଣୀ ପ୍ରସଙ୍ଗ ଆଲୋଚନା ପାଇଁ ବିରୋଧୀଙ୍କ ଦାବିଙ୍କୁ ବାଚସ୍ପତି ଅଗ୍ରାହ୍ୟ କରିଦେବା ଓ ଗୃହ ମଧ୍ୟଭାଗକୁ ସଭ୍ୟମାନେ ନ ଆସିବା ଲାଗି ବାରଣ କରିବା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ପାଖାପାଖି ଅଧ ଘଣ୍ଟାରୁ ଅଧିକ ସମୟ ଧରି ତର୍କ େହାଇଛି। ବିରୋଧୀ, ସରକାରୀ ସଭ୍ୟ ଏ ସଂପର୍କରେ ଘମାଘୋଟ ଆଲୋଚନା କରିଥିେଲ ଓ ରୁଲ୍-୪୭ ପ୍ରସଙ୍ଗରେ ବାଚସ୍ପତି ଆଜି ପୁଣି ରୁଲିଂ ଦେଇଥିଲେ।

ଆଜି ଅପରାହ୍ନରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନକାଳ ବାତିଲ୍ ନ େହବା ନେଇ ଆପତ୍ତି ଉଠାଇଥିଲେ। େମାସନ ଆକାରରେ ସ୍ମିତାରାଣୀ ପ୍ରସଙ୍ଗ ଆଲୋଚନା ପାଇଁ ଦାବି କରିଥିଲେ। ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ସଂପର୍କରେ କଥା ଉଠାଇଥିଲେ।

ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ତର୍କକୁ ଆହୁରି ଆଗକୁ ନେଇ ଅସନ୍ତୋଷ ଝାଡିଥିଲେ। କହିଥିଲେ, ବାଚସ୍ପତି ଚିଠି ଲେଖିଛନ୍ତି, ଗୃହ ମଧ୍ୟଭାଗକୁ କେହି ଯାଆନ୍ତୁ ନାହିଁ। େଯବେଠାରୁ ଗୃହ େହାଇଛି, ସେବେଠାରୁ ଏହା ଚାଲିଛି। କିନ୍ତୁ ଏହା କେମିତି ବନ୍ଦ ହେବ? ଯଦି ବାଚସ୍ପତି ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ଆଧାରରେ ଗୃହ ପରିଚାଳନା କରିବେ ନାହିଁ, ତେବେ କଣ କରାଯିବ? ବାଚସ୍ପତି େଯବେ ନିରପେକ୍ଷତା ଅବଲମ୍ବନ କରିବେ ନାହିଁଁ? ତେବେ ସଭ୍ୟ ଗୃହ ମଧ୍ୟଭାଗକୁ ଯିବେନାହିଁ?

ବିଧାୟକଙ୍କୁ କମିଟିକୁ ଜଣାଇବାକୁ ନିର୍ଦେଶ
କମିଟି ସଂପୃକ୍ତ ଅଧିକାରୀଙ୍କୁ ସମନ କରିବ
ଗୃହ ପରିଚାଳନା ନେଇ ଅଧଘଣ୍ଟାଏ ତର୍କ

ଶ୍ରୀ ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚରାଗଲେ, ସେ ତାହାକୁ ଗ୍ରହଣ କରୁନାହାନ୍ତି। ଯଦି ଉତ୍ତର ନ ମିଳିବ, ବିଧାୟକମାନେ କଣ କରିବେ? ତଥ୍ୟ ପ୍ରମାଣ ଦର୍ଶାଇ ୪୦ ହଜାର େକାଟି ଟଙ୍କାର ଦୁର୍ନୀତି ଅଭିଯୋଗ ଅଣାଗଲା। ଜିଲ୍ଲାପାଳଙ୍କୁ ସରକାର ଖବରକାଗଜ ରିେପାର୍ଟ ଆଧାରରେ ପଚାରିଲେ। ବିଧାୟକମାନଙ୍କର କଣ ମୂଲ୍ୟ ରହିଲା? ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁଥିଲେ। ଏହାକୁ େଖାଲା ଖୋଲି ପ୍ରଶଂସା କରାଯାଇଥିଲା। କିନ୍ତୁ ଏଥର ଡାକିଲେନି ଓ ଏକପାଖିଆ ଭାବେ େଗାଟିଏ ଚିଠି ଲେଖି ଗୃହ ମଧ୍ୟଭାଗକୁ ଯିବାକୁ ବାରଣ କଲେ।

ରୁଲ୍-୪୭ ସଂପର୍କରେ ଦୃଷ୍ଟି ଆକର୍ଷଣ କରି ଶ୍ରୀ ମିଶ୍ର କହିଥିଲେ, ସୂଚନା ଅଧିକାର ନିୟମ ବଳରେ ସାଧାରଣ େଲାକ ତଥ୍ୟ ପାଇପାରୁଛନ୍ତି। ବିଧାୟକ ଚିଠି ପଠାଇଲେ, ତାର ଉତ୍ତର ତ ମିଳୁନି, ପ୍ରାପ୍ତି ସ୍ବୀକାର ବି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସୁନାହିଁ। ଗୃହ ଠିକ୍ ଚାଲିଲେ, କେହି ଗୃହ ମଧ୍ୟଭାଗକୁ ଯିବେନି। କିନ୍ତୁ ଶିକ୍ଷକ ଧମକ ଦେବା ଭଳି ପଦକ୍ଷେପ ନେଲେ ଗଣତନ୍ତ୍ରରେ ଭଲ ଦିଶିବନାହିଁ।

ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ, ପ୍ରଶ୍ନୋତ୍ତରକୁ ସବୁବେଳେ ସମସ୍ତେ ଗୁରୁତ୍ବ ଦିଅନ୍ତି। ଅତି ଗୁରୁତର ପରିସ୍ଥିତି ହେଲେ ପ୍ରଶ୍ନକାଳ ବାତିଲ୍ ନଜିର ରହିଛି। କିନ୍ତୁ ପ୍ରଶ୍ନୋତ୍ତର କାଳକୁ ଅଚଳ କରିଦେବେ କେମିତି? ବିଧାୟକମାନେ ନିଜ ଅଞ୍ଚଳର ପ୍ରଶ୍ନ େନଇ ଆସୁଛନ୍ତି। ସମଗ୍ର ରାଜ୍ୟ ଅପେକ୍ଷା କରୁଛି, ବିଧାନସଭାରେ ସେମାନଙ୍କ ବିଧାୟକ କି ପ୍ରଶ୍ନ କରୁଛନ୍ତି? ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଏହାର ସମାଧାନ କରନ୍ତୁ।

କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ, ଆଜି ବାଚସ୍ପତି େଯଉଁ ପଦକ୍ଷେପ ନେଲେ, ତାହା ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ଆଣିଲା। ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ବାଚସ୍ପତି ଯଦି ପ୍ରଶ୍ନ କାଳ ପରେ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ ନ କରି ଶୂନ୍ୟକାଳ ପାଇଁ ସୁଯୋଗ ସୃଷ୍ଟି କରିଥାନ୍ତେ ଏମିତି ପ୍ରତିକ୍ରିୟା ପ୍ରକାଶ ପାଇନଥାନ୍ତା। ବିଧାୟକମାନଙ୍କ ସଂପର୍କରେ ବାଚସ୍ପତି ଯେଉଁ ଚିଠି ଲେଖିଛନ୍ତି, ତାହା କିଭଳି ଗଣମାଧ୍ୟମକୁ ଗଲା, ତାହା କିଭଳି ‘ସମ୍ବାଦ’ରେ ପ୍ରକାଶ ପାଇଲା, େସ େନଇ ପ୍ରଶ୍ନ ଉଠାଇଥିଲେ। ଏହାଦ୍ବାରା ବିଧାୟକମାନଙ୍କ ମନଦୁଃଖ େହାଇଛି େବାଲି ଶ୍ରୀ ସାଲୁଜା କହିଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ ବି ଏହି ପ୍ରସଙ୍ଗରେ ମତ ରଖିଥିଲେ।

ପରେ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ, ବୁକ୍ ସର୍କୁଲାର-୪୭ ପ୍ରସଙ୍ଗରେ ପୂର୍ବରୁ ସମସ୍ତଙ୍କୁ ଚିଠି ଯାଇଛି। ଯେଉଁ ଅଧିକାରୀ ନ ଶୁଣିବେ, କାର୍ଯ୍ୟାନୁଷ୍ଠାନ ସାମ୍ନା କରିବେ। ଏ ପ୍ରସଙ୍ଗରେ ଦେଖିବା ପାଇଁ ବିଧାନସଭା ଏଥିକ୍ସ କମିଟି ରହିଛି। ବିଧାୟକମାନେ ଏଭଳି ଅଭିଯୋଗ କମିଟି ସାମ୍ନାରେ କରନ୍ତୁ ଓ କମିଟି ସଂପୃକ୍ତ ଅଧିକାରୀଙ୍କୁ ସମନ କରି ଆବଶ୍ୟକ ପଦକ୍ଷେପ ନେବ।

ବାଚସ୍ପତି କହିଥିଲେ, ବିଧାନସଭା ମଧ୍ୟଭାଗକୁ ନ ଆସିବା ଲାଗି ସେ ସବୁ ରାଜନୈତିକ ଦଳ ମୁଖ୍ୟଙ୍କୁ େଲଖିଛନ୍ତି, ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ବି। ଗଣମାଧ୍ୟମ କିଭଳି ପାଇଲା ତାହା ସେ ଜାଣନ୍ତି ନାହିଁ। କିନ୍ତୁ ବିଧାନସଭାରେ ବିଧାୟକମାନେ େଯଭଳି ହଟ୍ଟଗୋଳ କରୁଛନ୍ତି ଓ ଏହା ଟିଭି ଦେଖାଉଛି, ଏହାଦ୍ବାରା ପରବର୍ତୀ ପିଢୀ ଉପରେ ଭଲ ପ୍ରଭାବ ପଡୁନାହିଁ। ନିକଟରେ ବିଧାନସଭାର କମିଟି ହିମାଚଳ ପ୍ରଦେଶ ଗଲାବେଳେ ଦେଖାଯାଇଥିଲା େଯ ସେଠାରେ କେହି ଗୃହ ମଧ୍ୟଭାଗକୁ ଆସନ୍ତି ନାହିଁ, ଯଦିଓ ସରକାରୀ ଦଳ ଓ ବିେରାଧୀଙ୍କ ସଂଖ୍ୟାରେ ବେଶୀ ତଫାତ ନାହିଁ। ନିକଟରେ ବାଚସ୍ପତି ସମ୍ମିଳନୀରେ େଲାକସଭା ବାଚସ୍ପତି ଓମ୍ ବିରଲା ଏ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏଣୁ ଓଡ଼ିଶା ଏ ଦୃଷ୍ଟିରୁ ନିଜର ସ୍ବତନ୍ତ୍ର ଉପସ୍ଥିତି ଜାହିର କରିବା ଲାଗି ସେ ଅନୁରୋଧ କରିଥିବା କହିଥିଲେ।

ସମ୍ବନ୍ଧିତ ଖବର