‘ରାଷ୍ଟ୍ରରତ୍ନ ଓଡ଼ିଶାର ଦ୍ୱିତୀୟ ଖାରବେଳ ବିଜୁ ପଟ୍ଟନାୟକ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର : ଗତ ୨୯ ତାରିଖ ମଧ୍ୟାହ୍ନରେ ରାଜଭବନ ପରିସରରେ ପ୍ରଫୁଲ୍ଲ ଚନ୍ଦ୍ର ନାୟକଙ୍କ ଲିଖିତ ପୁସ୍ତକ ରାଷ୍ଟ୍ରରତ୍ନ ଓଡ଼ିଶାର ଦ୍ବିତୀୟ ଖାରବେଳ ବିଜୁ ପଟ୍ଟନାୟକ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକରେ ଓଡ଼ିଶାର ଅର୍ଦ୍ଧ ଶତାବ୍ଦୀର ରାଜନୈତିକ ଇତିହାସ (୧୯୪୬-୯୬) ବର୍ଣ୍ଣିତ ହୋଇଛି। ଉନ୍ମୋଚନ କରିବା ଅବସରରେ ଏହି ବହିକୁ ରାଜ୍ୟପାଳ ଉଚ୍ଚପ୍ରଶଂସା କରିଥିଲେ। ପୁସ୍ତକ ଉନ୍ମୋଚନ ସମୟରେ ଶ୍ରୀ ନାୟକଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।

ସୂଚନାଥାଉକି, ପ୍ରଫୁଲ୍ଲ ଚନ୍ଦ୍ର ନାୟକଙ୍କ ଅନ୍ୟତମ ଇଂରାଜୀ ପୁସ୍ତକ ନେସନାଲ ଆଇକନ୍‌ ସେକେଣ୍ଡ ଖାରବେଳ ବିଜୁ ପଟ୍ଟନାୟକ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ଏବଂ ବେଶ୍‌ ପ୍ରଶଂସିତ ହୋଇଥିଲା।

ସମ୍ବନ୍ଧିତ ଖବର