ଭୁବନେଶ୍ବର : ‘ପବ୍ଲିକ୍ ଆଡ୍ମିନିଷ୍ଟ୍ରେସନ୍’ ବା ‘ଲୋକ ପ୍ରଶାସନ’ ବିଷୟରେ ଏକ ନୂତନ ପୁସ୍ତକର ପ୍ରଥମ ଓ ଦ୍ବିତୀୟ ଭାଗ ଆଜି ‘ସମ୍ବାଦ ଭବନ’ରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ପ୍ରଶାସନିକ ଅଧିକାରୀ ତଥା ଆଇଏଏସ୍ ଗୁରୁକୁଳର ଅଧ୍ୟକ୍ଷ ସୁରଜ ମିଶ୍ରଙ୍କ ଦ୍ବାରା ଦୀର୍ଘ ବର୍ଷର ଶିକ୍ଷା ଓ ଗବେଷଣାଲବ୍ଧ ଜ୍ଞାନକୁ ଆଧାର କରି ଏହି ପୁସ୍ତକ ଲେଖାଯାଇଛି।
ଶ୍ରୀ ମିଶ୍ର କହିଛନ୍ତି; ଓଏଏସ୍ ଓ ଆଇଏଏସ୍ ପରୀକ୍ଷା ନିମିତ୍ତ ଇଚ୍ଛାଧୀନ ବିଷୟରେ ସମ୍ପୂର୍ଣ୍ଣ ସିଲାବସ୍ ଅନୁଯାୟୀ ଏହି ପୁସ୍ତକ ଲେଖାଯାଇଛି। ଏହାଦ୍ବାରା ଆଶାୟୀମାନେ ଅତ୍ୟନ୍ତ ସୁବିଧାରେ ସମ୍ପୂର୍ଣ୍ଣ ପାଠ ଏଥିରୁ ଲାଭ କରିପାରିବେ। ଏହି ପୁସ୍ତକର ପ୍ରଥମ ଓ ଦ୍ବିତୀୟ ଭାଗ ଓଏଏସ୍ ଓ ଆଇଏଏସ୍ ପରୀକ୍ଷା ଦେଉଥିବା ଅସଂଖ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ବହୁଳ ପ୍ରସାରିତ ଓ ନିର୍ଭରଯୋଗ୍ୟ ପୁସ୍ତକ ଭାବେ ପରିଗଣିତ ହୋଇଥିବା ସେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/book-releases.jpg)