ଶୁଭଶ୍ରୀଙ୍କ ହିନ୍ଦୀ ଅନୂଦିତ ସଂକଳନ ‘ଅପ୍‌ନି ପରିଧି କା ଆକାଶ’ ଲୋକାର୍ପିତ

ଭୁବନେଶ୍ବର : ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ତଥା ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ କମିଟି ସଭ୍ୟା କବି ଡ.ଶୁଭଶ୍ରୀ ଲେଙ୍କାଙ୍କ ନିର୍ବାଚିତ କବିତାର ଅନୂଦିତ ହିନ୍ଦୀ ସଂକଳନ ‘ଅପ୍‌ନି ପରିଧି କା ଆକାଶ’ ପାଠକାର୍ପିତ ହୋଇଛି।

ନିକଟରେ ସିମଲାଠାରେ ଆୟୋଜିତ ଆନ୍ତର୍ଜାତିକ ସାହିତ୍ୟ ମହୋତ୍ସବର ଶେଷଦିନରେ ମୁଖ୍ୟ ପ୍ରେକ୍ଷାଳୟ ପରିସରରେ ଏକ ଅନୋୖପଚାରିକ ବୈଠକରେ ବହୁ ବିଶିଷ୍ଟ ସାହିତ୍ୟି ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଅନୂଦିତ ଏହି ବହିଟିକୁ ବୃହତ୍ତର ହିନ୍ଦୀ ପାଠକ ବର୍ଗଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ଏହି ଅବସରରେ ଉତ୍ତର ପ୍ରଦେଶର ପୂର୍ବତନ ରାଜ୍ୟପାଳ ରାମ ନାଏକ, ସାହିତ୍ୟ ଅକାଦେମିର ଉପସଭାପତି କବି ମାଧବ କୋୖଶିକ, ସଂପାଦକ ଭି.ଶ୍ରୀନିବାସ ରାଓ, ଜ୍ଞାନପୀଠ ବିଜେତା ସାହିତ୍ୟିକ ଦାମୋଦର ମାଯୋ, ସୁପରିଚିତ ଔପନ୍ୟାସିକ ବିଶ୍ବାସ ପାଟିଲ, ଗୁଜୁରାଟୀ କବି, ଫିଲ୍ମ ନିର୍ମାତା ପ୍ରବୋଧ ପାରିଖ୍, ସାହିତ୍ୟିକ ସୁବୋଧ ସରକାର, ଅଶ୍ବିନୀ କୁମାର, ସାଧନା ଶଂକର, ଡିଏମ୍ ମୁଲେ, ରଘୁବୀର ଚୋୖଧୁରୀ, ଉର୍ଦ୍ଦୁ କବି ଜୟନ୍ତ ପାରମାର, ହିନ୍ଦୀ କବି ଅଷ୍ଟଭୁଜ ଶୁକ୍ଳା, ବଂଗୀୟ କବି ପ୍ରବାଳ ବାସୁ, ଅକାଦେମିର ସାନ୍ତାଳୀ ଭାଷା ଉପଦେଷ୍ଟାମଣ୍ଡଳୀ ଆବାହକ ମଦନମୋହନ ସୁରେନ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ। ମହୋତ୍ସବରେ ଓଡ଼ିଶାରୁ ଯୋଗଦେଇଥିବା କଥାଶିଳ୍ପୀ ଗୋୖରହରି ଦାସ, ଅକାଦେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ବିଜୟାନନ୍ଦ ସିଂହ, ସାହିତ୍ୟିକ ଚନ୍ଦ୍ରଶେଖର ହୋତା, କ୍ଷେତ୍ରବାସୀ ନାଏକ, ସୁବାସ ଶତପଥୀ, ପରମ୍ବା ଶ୍ରୀ ଯୋଗମାୟା, ରଂଜନ କୁମାର ଦାସ ଓ ପ୍ରବାସିନୀ ମହାକୁଡ଼ ପ୍ରମୁଖ ଭାଗ ନେଇଥିଲେ।

ସୂଚନାଯୋଗ୍ୟ, ମହୋତ୍ସବର ପ୍ରଥମ ଦିନ ଅନୁଷ୍ଠିତ ବହୁଭାଷୀ କବିତା ଆବୃତ୍ତି ସମାରୋହରେ ଶୁଭଶ୍ରୀ କବିତା ପାଠ କରିଥିଲେ।

ସମ୍ବନ୍ଧିତ ଖବର