ନିବନ୍ଧ ସଂକଳନ ‘‌କେବେ କେମିତି’ ଉନ୍ମୋଚିତ

ହ୍ରାସ ପାଉଛି ପ୍ରବନ୍ଧଭିତ୍ତିକ ରଚନା

ଭୁବନେଶ୍ବର : ଶୁକ୍ରବାର ଦିନ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ପରିସରରେ ରତ୍ନଚିରା ପ୍ରକାଶନୀ ସଂସ୍ଥା ପକ୍ଷରୁ ସ୍ତମ୍ଭକାର ଚିନ୍ମୟ ହୋତାଙ୍କ ନିବନ୍ଧ ସଂକଳନ ‘‌କେବେ କେମିତି’ ଉନ୍ମୋଚିତ ହୋଇଯାଇଛି। ଅନୁଷ୍ଠାନର ପ୍ରକଳ୍ପ ନିର୍ଦ୍ଦେଶକ ବସନ୍ତ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ଯୋଗ ଦେଇଥିଲେ। ସେ କହିଲେ ଯେ ଓଡ଼ିଆ ଭାଷାରେ ଯେଉଁ ପ୍ରାଚୁର୍ଯ୍ୟ ରହିଛି, ଅନ୍ୟ କୌଣସି ଭାଷାରେ ତାହା ନାହିଁ। ହେଲେ ବିଡ଼ମ୍ବନାର ବିଷୟ ବର୍ତ୍ତମାନ ସମୟରେ ଭାବହୀନ ସାହିତ୍ୟ ସବୁ ସୃଷ୍ଟି ହେଉଛି ଏବଂ ପ୍ରବନ୍ଧଭିତ୍ତିକ ସାହିତ୍ୟ ରଚନା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଆମ ଓଡ଼ିଆ ଭାଷା ପାଇଁ ସଂକଟଜନକ ସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ସେ କହିଥିଲେ। ଶ୍ରୀ ପଣ୍ଡା ତାଙ୍କ ଅଭିଭାଷଣରେ କହିଲେ ଯେ ସ୍ତମ୍ଭ ରଚନାକୁ ମଧ୍ୟ ସାହିତ୍ୟର ଅନ୍ୟତମ ବିଭାଗ ଭାବେ ସ୍ବୀକୃତି ପ୍ରଦାନ କରାଯିବା ଉଚିତ। ଏଥିରେ କେବଳ ସମ୍ବାଦ ନଥାଏ, ଆମ ନିତିଦିନିଆ ଜୀବନର ଘଟଣାବଳୀକୁ ସ୍ତମ୍ଭକାର ନିଜସ୍ବ ଶୈଳୀରେ ସାହିତ୍ୟର ରୂପ ଦେଇଥାଏ।

ଜଗନ୍ନାଥ ଦାଶ ପୁସ୍ତକର ସମୀକ୍ଷା କରିଥିବାବେଳେ ପ୍ରକା‌ଶକ କରୁଣାକର ପୃଷ୍ଟି ଧନ୍ୟବାଦ‌ ଦେଇଥିଲେ। ଏହି ଅବସରରେ ହୀମାଦ୍ରୀ ତନୟା ମିଶ୍ର ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଦେବପ୍ରସାଦ ଦାଶ, ଦେବାଶିଷ ମହାପାତ୍ର, ରମାକାନ୍ତ ମିଶ୍ର, ବିଜୟ କେତନ ମିଶ୍ର, ଭାସ୍କର ପରିଚ୍ଛା, ସୁଜାତା ପ୍ରହରାଜ, ରଶ୍ମୀ ସାମଲ, ଆଶୁତୋଷ ମହେ‌ର, ଶଶାଙ୍କ ବେହେରା, ହିମାଂଶୁ ମହାପାତ୍ର, ରାଜ୍ୟବର୍ଦ୍ଧନ, ଗିରିଜା ଶଙ୍କର ଆଚାର୍ଯ୍ୟ, ଅର୍ଚ୍ଚନା ଆଚାର୍ଯ୍ୟ, ପ୍ରକା‌ଶିକା ସ୍ନେହଲତା ପୃଷ୍ଟି, ମନୋସା ଶ୍ରୀଚନ୍ଦନ, ମିତ‌ାଲୀ ମଧୁସ୍ମିତା ମହାନ୍ତି, ଅମ୍ବରୀଶ ଶତପଥୀ, ଗୋବିନ୍ଦଚନ୍ଦ୍ର ପେଣ୍ଠୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର