‘ସାଁଝବେଲାର ସମୁଦ୍ର’ ବାଂଲାଦେଶରେ ଉନ୍ମୋଚିତ

ଭୁବନେଶ୍ୱର : ବାଂଲାଦେଶର ଢାକାଠାରେ ଅନୁଷ୍ଠିତ ଅମର ଗ୍ରନ୍ଥ ମେଳା ଅବସରରେ ବିଶିଷ୍ଟ ଓଡ଼ିଆ କବି ସଂଗ୍ରାମ ଜେନାଙ୍କ କବିତା ସଙ୍କଳନର ବଙ୍ଗଳା ଅନୁବାଦ ‘ସାଁଝବେଲାର ସମୁଦ୍ର’ ଉନ୍ମୋଚିତ ହୋଇଛି। ଏହାର ଅନୁବାଦ କରିଛନ୍ତି କବି ଓ ଅନୁବାଦକ ଅଜିତ ପାତ୍ର। ସଙ୍କଳନର ଭୂମିକା ଲେଖିଛନ୍ତି ବାଂଲାଦେଶର ଖ୍ୟାତନାମା କବି ତଥା ଜାତିସଂଘର କର୍ମକର୍ତ୍ତା କାଜି ଜହିରୁଲ ଇସଲାମ। ପୁସ୍ତକ ଉନ୍ମୋଚନ ଅବସରରେ କବି ଓ ଲେଖକ ହୁମାୟୁନ କବୀର ଢାଲି, ଦୀପ୍ତି ଇସଲାମ, ଇସକାକ ଖାନ, ଇସଲାମ ସାନି, ଜେବେନେସ୍ସା ମୀନ, ଖୋଦେଜା ନାସରିନ, ଆକ୍ତାର ହୋସେନ, ପ୍ରକାଶିକା ଗୁଲସନ ଆରା ବାବଲୀ, ଜିନିୟା କବିର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର