ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ମହିଳାଙ୍କୁ ସଶକ୍ତୀକରଣ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଓ ସହାୟତା ଉପରେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ଓଡ଼ିଆ ଅନୁବାଦ ପୁସ୍ତକ “ଭାରତୀୟ ମହିଳା - ଆହ୍ୱାନ ଉପରେ ବିଜୟ, ପ୍ରତିବନ୍ଧକର ବିନାଶ”କୁ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚିତ କରିଛନ୍ତି।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତାଙ୍କ ଗହଣରେ ପୁସ୍ତକ ଉନ୍ମୋଚନ କରି ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେବଳ ମହିଳାଙ୍କ ବିକାଶ ହେଉ ନାହିଁ, ବରଂ ଦେଶର ବିକାଶ ନେତୃତ୍ୱ ମହିଳାଙ୍କ ହାତରେ ପହଞ୍ଚୁଛି । ପ୍ରଧାନମନ୍ତ୍ରୀ ଓଡ଼ିଶାର ମା’ ଭଉଣୀଙ୍କୁ ସମ୍ମାନ ସହ ତାଙ୍କର ହକ୍ ଓ ଅଧିକାର ଦେଇଛନ୍ତି। ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଯାତ୍ରାରେ ମହିଳାଙ୍କୁ ଗୁରୁତ୍ୱ, ଯୁଦ୍ଧ କ୍ଷେତ୍ରରେ ମହିଳାଙ୍କୁ ଲଢ଼େଇ କରିବାର ଅନୁମତି, ଶୌଚାଳୟର ସୁବିଧା, ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନର ଉପଲବ୍ଧି, ମହିଳାମାନଙ୍କ ସୁରକ୍ଷା ଆଦିକୁ ମୋଦୀ ସରକାରଙ୍କ ପ୍ରାଥମିକତାରେ ରହିଛି। ମୋଦୀ ସରକାରରେ ଓଡ଼ିଶା ସମେତ ଭାରତବର୍ଷର ମହିଳାମାନେ ଅଧିକ ଲାଭ ହୋଇଛନ୍ତି। ଆଜି ଉନ୍ମୋଚିତ ହୋଇଥିବା ଏହି ପୁସ୍ତକଟିକୁ ରାଜ୍ୟର ଅଗଣିତ ମା, ଭଉଣୀଙ୍କ ସମେତ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଉପାଦେୟ ହେବ।
ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ସୁକେଶୀ ଓରାମ ଓ ଅନୀତା ଶୁଭଦର୍ଶୀନି, ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଗୋଲକ ମହାପାତ୍ର, ମୁଖପାତ୍ର ଠାକୁର ରଣଜିତ ଦାସ ଓ ସୋନାଲୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନୁ ଚୌଧୁରୀ ଓ କାନନବାଳା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Dharmendra_Pradhan_EPS.jpg)