କଟକ ବାଲିଯାତ୍ରା ପାଇଁ ଦୁଇ ଦିନ ବୁକିଂ ବଢିଲା, ଆଦାୟ ହେଲାଣି ୮୮ଲକ୍ଷ

ସକାଳ ସାଢେ ୬ରୁ ୧୦ ପଥୋତ୍ସବ

କଟକ : ବର୍ଷା ଓ ବ୍ୟାଙ୍କ ଛୁଟି ପାଇଁ ୨ଦିନ ଅଧିକ ବଢିଲା ପ୍ଲଟ୍‌ ଆବଣ୍ଟନ ପ୍ରକ୍ରିୟା। ୨୩ରୁ ୨୮ତାରିଖ ବଦଳରେ ୨୯ଓ ୩୦ ଅଧିକ ଦୁଇଦିନ ପାଇଁ ପର୍ଯ୍ୟନ୍ତ ପୁରୁଣା ବ୍ୟବସାୟୀ, ପୃଷ୍ଠପୋଷକ ଓ ଅନୁଷ୍ଠାନ ମାନେ ଆବେଦନ କରିବେ। ଗଡଗଡିଆ ମନ୍ଦିର ପାଖରେ କେନ୍ଦ୍ର ଖୋଲା ଯାଇଥିବାବେଳେ ଗୋଟିଏ ଦିନ ବର୍ଷା ପାଇଁ କେହି ଆବେଦନକାରୀ ଆବେଦନ କରି ପାରିନଥିଲେ। ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲା ଯାଇଥିବା କେନ୍ଦ୍ରରେ ଅନୁଷ୍ଠାନ ଓ ପୃଷ୍ଠପେ‌ାଷକମାନେ ଆବେଦନ କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା‌ ୭ଜଣ ପୃଷ୍ଠପୋଷକ ଓ ୭ଟି ଅନୁଷ୍ଠାନ ଆବେଦନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୮ଲକ୍ଷରୁ ଅଧିକ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି।

ଅନ୍ୟପଟେ ୨୯ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ନୂଆ ଦୋକାନୀ ଓ ୧ରୁ ଉଠା ବ୍ୟବସାୟୀଙ୍କ ପାଇଁ ପଂଜୀକରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପଂଜୀକରଣ ବ୍ୟବସ୍ଥାରେ ଏଥର ଡିଜିଟାଲ ହୋଇଛି କଟକ ବାଲିଯାତ୍ରା । ସରକାରଙ୍କ ୫-ଟି ବ୍ୟବସ୍ଥାକୁ ଅନୁକରଣ କରି ଜିଲ୍ଲାପ୍ରଶାସନ ଏଥର ଡିଜିଟାଲ ବା ସ୍ବାଇପ୍‌ ମେସିନ୍‌, ଡ଼୍ରାଫ୍ଟ ମାଧ୍ୟମରେ ଆବେଦନକାରୀମାନଙ୍କଠାରୁ ଅର୍ଥ ଗ୍ରହଣ କରିଛନ୍ତି। ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ମଧ୍ୟ ବ୍ୟବସାୟୀ ଗ୍ରହଣ କରିଥିବା ଦେଖିବାକୁ ମିଳୁଛି।

ସକାଳ ସାଢେ ୬ରୁ ୧୦ ପଥୋତ୍ସବ

ବାଲିଯାତ୍ରାରେ ଏଥର ହେବ ପଥୋତ୍ସବ। ସକାଳ ସାଢେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ। କଟକର ଲୋକକଳା, ସଂସ୍କୃତି, ସାଂସ୍କୃତିକ ବିଭବକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଚିତ୍ରକଳା, ରଙ୍ଗୋଲୀ ତଥା ବିଭିନ୍ନ କାର୍ଯ୍ୟକ୍ରମ ଏଥିରେ ପ୍ରଦର୍ଶିତ ହେବ। ତଳ ଓ ଉପର ବାଲିଯାତ୍ରା ପଡିଆରେ କେଉଁ ଢଙ୍ଗରେ ଏହି ପଥୋତ୍ସବ ଅନୁଷ୍ଠିତ ‌େହବ ସେଥିପାଇଁ ଆଜି ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର ପଡିଆ ପରିଦର୍ଶନ ସହ ‌ଏହାର ରୂପରେଖ ପ୍ରସ୍ତୁତ କରିଛନ୍ତି। ବିଶେଷକରି କଟକର ଲୋକକଳା ଓ ସ୍ଥାନୀୟ କଳାକାରଙ୍କୁ ଏହି କାର୍ଯ୍ୟକ୍ରମରେ ଅଗ୍ରାଧିକାର ଦିଆଯିବ।

ପୂର୍ବରୁ ବାଲିଯାତ୍ରାରେ ଦୁଇଟି ଷ୍ଟେଜ୍‌ କରାଯାଉଥିଲା। କିନ୍ତୁ ଚଳିତବର୍ଷ ୪ଟି ‌ଷ୍ଟେଜ୍‌ କରାଯିବ। ଗୋଟିଏ ପାଣି ଭିତରେ ଓ ଅନ୍ୟ ତିନୋଟି ତଳ ଓ ଉପର ବାଲିଯାତ୍ରା ପଡିଆରେ କରାଯିବ। ପାଣି ଭିତରେ ଡଙ୍ଗାକୁ ଯୋଡା‌ଯାଇ ଯେଉଁ ଷ୍ଟେଜ୍‌ କରାଯିବ, ତାହା ସବୁଠାରୁ ଆକର୍ଷଣୀୟ ହେବ ବୋଲି ପ୍ରଶାସନ କହିଛି। ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରତି ପୃଷ୍ଠପୋଷକଙ୍କୁ ବାଲିଯାତ୍ରା ପଡିଆରେ ସମ୍ମାନିତ କରାଯିବ।

ସମ୍ବନ୍ଧିତ ଖବର