ଫୁଲବାଣୀ :କରୋନା ଲକ୍ ଡାଉନ ପାଇଁ ସ୍କୁଲ ବନ୍ଦ। ପିଲମାନେ ଘରେ ରହୁଛନ୍ତି। ପାଖରେ ବହି ନଥିବାରୁ ସେମାନେ ପାଠ ପଢି ପାରୁ ନାହାନ୍ତି । ଏ ନେଇ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସବୁ ପିଲାଙ୍କ ପାଖରେ ବହି ପହଞ୍ଚାଇବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସବୁ ସ୍କୁଲରେ ବହି ପହଞ୍ଚାଇ ଦିଆଯାଇଛି। ସମାଜିକ ଦୁରତା ରକ୍ଷା କରିବା ସ୍ବରୂପ ପ୍ରତି ପିଲାଙ୍କ ଘରେ ବହି ପହଞ୍ଚାଇବା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ କନ୍ଧମାଳରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପିଲାଙ୍କ ଘରକୁ ଯାଇ ପାଠ୍ୟପୁସ୍ତକ ପ୍ରଦାନ କରୁଛନ୍ତି। କିଏ ଚାଲିଚାଲି ଯାଉ ତ ଆଉ କିଏ ଅଟୋ ଭଡା କରି କରି ପାଠ୍ୟ ପୁସ୍ତକ ପିଲାଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରୁଛନ୍ତି। ଜିଲ୍ଲା ସଦର ମହକୁମା ଫୁଲବାଣୀ ସରକାରୀ ବାଳିକା ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଅନିତା ପଟ୍ଟନାୟକ, ଅନିତା ବେହେରା, ସୁଜାତା ମାଝି ପ୍ରମୁଖ ଏକ ଭଡା ଅଟୋରେ ସ୍କୁଲର ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀମାନଙ୍କୁ ବିଭିନ୍ନ ୱାର୍ଡ ବୁଲି ପାଠ୍ୟ ପୁସ୍ତକ ବଣ୍ଟନ କରିଛନ୍ତି। ଏଥି ସହ ସେମାନେ ଛାତ୍ରୀମାନଙ୍କୁ କରୋନା ସଚେତନତା ବାର୍ତ୍ତା ଦେବାକୁ ଭୁଲି ନାହାନ୍ତି। କନ୍ଧମାଳ ଜିଲ୍ଲାର ୧ହଜାର ୯୨୩ଟି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୭୩୪ ଜଣ । ଏଥି ନିମନ୍ତେ ୬ ଲକ୍ଷ ୧୯ହଜାର ୯୬୪ ଖଣ୍ଡ ପାଠ୍ୟ ପୁସ୍ତକର ଆବଶ୍ୟକତା ରହିଛି। ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୭୪ହଜାର ୭୫୯ ଖଣ୍ଡ ପୁସ୍ତକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚା ସରିଲାଣି। ବାକି ପାଠ୍ୟ ପୁସ୍ତକ ଖୁବ ଶୀଘ୍ର ପହଞ୍ଚା ଯିବ ବୋଲି କୁହାଯାଇଛି।
ନିର୍ଦ୍ଦେଶ ମାନିଲେ ଶିକ୍ଷକ ଓ ଛାତ୍ରଛାତ୍ରୀ ପାଇଲେ ବହି : କନ୍ଧମାଳ ଜିଲ୍ଲାରେ ବଣ୍ଟା ହେଲାଣି ୩.୭୪ ଲକ୍ଷ ପାଠ୍ୟପୁସ୍ତକ
/sambad/media/post_attachments/wp-content/uploads/2020/04/plbapl23-pustak-distribute-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)