କଟକ : ମେ ଶେଷ ସପ୍ତାହ ମଧ୍ୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ପାଠ୍ୟପୁସ୍ତକ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ ଓ ଶାଖା କାର୍ଯ୍ୟାଳୟଗୁଡିକରେ ଗତ ମାର୍ଚ୍ଚ ୨୪ରୁ ନବମ ଓ ମାର୍ଚ ୩୦ରୁ ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ବିକ୍ରୟ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ କରୋନା ଲକ୍ଡାଉନ କାରଣରୁ ବୋର୍ଡର ଶାଖା କେନ୍ଦ୍ରଗୁଡିକୁ ପାଠ୍ୟପୁସ୍ତକ ପଠାଇବା ସମ୍ଭବ ହୋଇପାରି ନଥିଲା। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ହାଇସ୍କୁଲରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆସନ୍ତା ମେ ମାସ ଶେଷସପ୍ତାହ ସୁଦ୍ଧା ପାଠ୍ୟପୁସ୍ତକ ମିଳିବ ବୋଲି ଜଣାପଡିଛି। ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶାଖା କାର୍ଯ୍ୟଳୟଗୁଡିକୁ ପାଠ୍ୟପୁସ୍ତକ ପରିବହନ ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ଠାରୁ ଅନୁମତି ମଗାଯାଇଛି। ଆସନ୍ତା ୧୫/୨୦ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ବୋର୍ଡ କାର୍ଯ୍ୟାଳୟ ଓ ବହି ଦୋକାନକୁ ଏହା ଯୋଗାଇ ଦିଆଯିବ।
ସୂଚନା ଯୋଗ୍ୟ, ନବମ ଶ୍ରେଣୀ ପାଠ୍ୟପୁସ୍ତକରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବା ବେଳେ ଦଶମଶ୍ରେଣୀ ପାଠ୍ୟ ପୁସ୍ତକରେ ସାମାନ୍ୟ କେତେକ ପରିବର୍ତ୍ତନ କରାଯାଇଛି। ସାହିତ୍ୟ ସିନ୍ଧୁ, ସ୍କିଲସ୍ ଅଫ୍ କମ୍ୟୁନିକେଟିଭ୍ ଇଂଲିସ, ମାଧ୍ୟମିକ ବୀଜଗଣିତ, ମାଧ୍ୟମିକ ଜ୍ୟାମିତି, ଜୀବ ବିଜ୍ଞାନ, ଭୌତିକ ବିଜ୍ଞାନ, ଇତିହାସ ଓ ରାଜନୀତି ବିଜ୍ଞାନ, ଭୂଗୋଳ ଓ ଅର୍ଥନୀତି ପୁସ୍ତକରେ କେତେକ ନୂତନ ବିଷୟ ସାମିଲ କରାଯାଇଯିବା ବେଳେ ସିଲାବସ୍ କମିଟି ପରାମର୍ଶ ଅନୁଯାୟୀ କେତେକ ବିଷୟକୁ ବାଦ ଦିଆଯିବା ସହିତ କେତେକ ସଂଶୋଧନ କରାଯାଇଛି। ବୋର୍ଡ ପକ୍ଷରୁ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ବିଷୟଗୁଡିକର ପିଡିଏଫ୍ କପି ଡାଉନଲୋଡ୍ କରିବା ପାଇଁ ମଧ୍ୟ ଲିଙ୍କ ଦିଆଯାଇଛି। ସେହି ଲିଙ୍କ୍ଗୁଡିକୁ ଯାଇ ଛାତ୍ରଛାତ୍ରୀମାନେ ବିଷୟ ସଂପର୍କରେ ଜାଣି ପାରିବେ ବୋଲି ମଧ୍ୟ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।
ମାଧ୍ୟମିକ ବୀଜଗଣିତ: https://cdn.thepublive.com/sambad/media/pdf_files/85814f056eea495cb3373494e2e7e26725e82e2227e18071434613410a108051.pdf ,
ସାହିତ୍ୟ ସିନ୍ଧୁ: http://www.bseodisha.ac.in/images12ahitya-Sindhu-1.pdf,
ସାହିତ୍ୟ ସିନ୍ଧୁ: http://www.bseodisha.ac.in/images12ahitya-Sindhu-2.pdf,
ସାହିତ୍ୟ ସିନ୍ଧୁ: http://www.bseodisha.ac.in/images12ahitya-Sindhu-3.pdf,
ଇତିହାସ ଓ ରାଜନୀତି ବିଜ୍ଞାନ: https://cdn.thepublive.com/sambad/media/pdf_files/b3484b71076f3aa0a115701aa2c546e93e4ddaa58e2ece846de4d98ec5c354f9.pdf, ସ୍କିଲସ ଅଫ କମ୍ୟୁନିକେଟିଭ ଇଂଲିସ: https://cdn.thepublive.com/sambad/media/pdf_files/0d08a838d3faf775164c3ec79ca1e3a46d838de9afb3befdbb1290a6d313761c.pdf,
ସ୍କିଲସ ଅଫ କମୁନିକେଟିଭ ଇଂଲିସ: https://cdn.thepublive.com/sambad/media/pdf_files/fe0bf1ea91cecfaa88d86312df120ca5036f60d4c4d352c341acfab057d195e7.pdf,
ସ୍କିଲସ ଅଫ କମୁନିକେଟିଭ ଇଂଲିସ: https://cdn.thepublive.com/sambad/media/pdf_files/6d866c93ef60e4cc6676e0fc1596e9b99a5e38879c9a15a4d56d40575871d388.pdf,
ସ୍କିଲସ ଅଫ କମୁନିକେଟିଭ ଇଂଲିସ: https://cdn.thepublive.com/sambad/media/pdf_files/19aa8281e6e70fe67996297b8672b8123e417aea6fbf21e76d8a28b1f6620e2b.pdf,
ସ୍କିଲସ ଅଫ କମୁନିକେଟିଭ ଇଂଲିସ: https://cdn.thepublive.com/sambad/media/pdf_files/973fc8dcce777589dd61a54475caacbaa3c63b5171951ea0c17c7ccd206702b1.pdf,
ଜୀବ ବିଜ୍ଞାନ: https://cdn.thepublive.com/sambad/media/pdf_files/0014e7613d94c83beba193985b817c13ef3f61a6d4445a2042049acb867ddcc3.pdf,
ଭୂଗୋଳ ଓ ଅର୍ଥନୀତି: https://cdn.thepublive.com/sambad/media/pdf_files/a094af8f2ec23338df55d303741c06a948738cfc0dcda63c219075742458f681.pdf।