ଯାଜପୁର/ରାଉରକେଲା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଯାଜପୁର ସଦର ବ୍ଲକ ରୁଦ୍ରପୁର ପଞ୍ଚାୟତ ୫ ନମ୍ବର ୱାର୍ଡରେ ଲାଇଭ୍‌ ବୁଥ୍‌ କ୍ୟାପ୍‌ଚରିଂ ହୋଇଥିବା ଜଣାଯାଇଛି। ପୁଲିସର ଉପସ୍ଥିତିରେ ଜଣେ ‌ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ଦ୍ବାରା ବୁଥ୍‌ ଦଖଲ କରାଯାଇଛି। ଜଣେ ମହିଳା ମଧ୍ୟ ଏହି  ମତଦାନ କେନ୍ଦ୍ରରେ ସରପଞ୍ଚ ପ୍ରାର୍ଥୀଙ୍କ ଦାଦାଗିରି ଦେଖି ପୋଲିଂ ଡ୍ୟୁଟିରେ ଥିବା କର୍ମଚାରୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେମାନେ ଆଖି ଆଗରେ ଘଟିଯାଉଥିବା ଅଘଟଣକୁ ସବୁ ଦେଖି ମଧ୍ୟ ବିରୋଧ କରିପାରି ନାହାନ୍ତି।

Advertisment

ମତଦାନ ପ୍ରକ୍ରିୟା ଜାରି ଥିବା ବେଳେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ବଳପୂର୍ବକ ବୁଥ ଭିତରକୁ ପ୍ରବେଶ କରିଥିଲେ। ଘଟଣାସ୍ଥଳରେ ପୁଲିସ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସବୁ ଦେଖି ନିରବଦ୍ରଷ୍ଟା ସାଜିଥିଲେ। ଦୁର୍ବୃତ୍ତମାନେ ନିଜେ ନିଜେ ବାଲାଟ ଚିରି ଥିଲେ। ବାଲାଟ କାଗଜ ଉପରେ ମୋହର ମାରି ବାକ୍ସରେ ଭର୍ତ୍ତି କରିଥିଲେ। ପ୍ରତିବାଦ କରିବାରୁ ପୋଲିଂ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭି‌ଯୋଗ ହୋଇଛି।

ସେହିପରି ସୁନ୍ଦରଗଡ ଟାଇଁସାଏ ପଞ୍ଚାୟତର ନଅ ନମ୍ବର ବୁଥରେ କିଛି ଲୋକ ପଶି ଭୋଟ ବାକ୍ସ ଅନ୍ୟ ରୁମକୁ ନେଇଯିବ ପ୍ରତିବାଦରେ ଉତ୍ତେଜନା ‌ଦେଖାଯାଇଥିଲା। ଫଳରେ ସେଠାରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ।