ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶିତ: ବିଜ୍ଞାନରେ ଆଦିତ୍ୟ, ବାଣିଜ୍ୟରେ ସାକେତ ଆଗରେ

ରାଉରକେଲା: ଆଜି ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଛି। ଜିଲ୍ଲାରେ ପାନପୋଷ ସ୍ବୟଂ ଶାସିତ କଲେଜ, ଉଦିତନଗର ମ୍ୟୁନିସ୍‌ପାଲ କଲେଜ, ସୁନ୍ଦରଗଡ଼ ସରକାରୀ କଲେଜ, ଇସ୍ପାତ ବିଦ୍ୟାମନ୍ଦିର ସମେତ ଅନ୍ୟ କିଛି କଲେଜ ଫଳାଫଳ ବେଶ୍‌ ଉତ୍ସାହଜନକ ରହିଛି। ବିଜ୍ଞାନରେ ସେକ୍ଟର-୧୯ସ୍ଥ ଇସ୍ପାତ ବିଦ୍ୟାମନ୍ଦିର ଆଦିତ୍ୟ ସେନାପତି ୯୧.୮୩% ଓ ବାଣିଜ୍ୟରେ ପାନ‌ପୋଷ ସରକାରୀ ସ୍ବୟଂ ଶାସିତ କଲେଜର ସାକେତ ସୁମନ ସିଂ ୯୩.୩୩% ନମ୍ବର ରଖି ଜିଲ୍ଲାରେ ଆଗରେ ରହିଛନ୍ତି। ବାଣିଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି ମ୍ୟୁନିସିପାଲ କଲେଜ। ବାଣିଜ୍ୟରେ ପ୍ରିୟଙ୍କା ନାୟକ ୯୨.୬୬% ନମ୍ବର ରଖି ସ୍କୁଲରେ ଟପ୍ପର ହେବା ସହ ଜିଲ୍ଲାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେମିତି ଜିଲ୍ଲାରେ ଅନ୍ୟାନ୍ୟ କଲେଜର ଫଳାଫଳ ବେଶ୍‌ ଭଲ ହୋଇଥିବା ଜଣାପଡିଛି।

ପାନପୋ‌ଷ ସରକାରୀ ସ୍ବୟଂ ଶାସିତ କଲେଜ : ପାନପୋଷ ସରକାରୀ ସ୍ବୟଂ ଶାସିତ  କଲେଜରେ ବିଜ୍ଞାନରେ ସୌରଭ ବେହେରା ୫୪୧ ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି। ୫୩୯ ନମ୍ବର ରଖି ପିୟୁଷ ସୁତାର ଦ୍ବିତୀୟ ଓ ୫୩୨ ନମ୍ବର  ରଖି କ୍ଷୀତିଶ କୁମାର ପ୍ରଧାନ ତୃତୀୟ ସ୍ଥାନରେ ରହିଛନ୍ତି। ସୌରଭଙ୍କ ସମେତ ୨୪ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସନାତନ ମ‌ୋଦି, ପିୟୁଷ ରାଜ ପାଣ୍ଡେ ୫୧୮ ଲେଖାଏଁ ନମ୍ବର ପାଇଥିବାବେଳେ ସିଧେଶ୍ବର ମହାନନ୍ଦ ଓ ସୁଚିତ୍ରା ଚୌଧୁରୀଙ୍କୁ ୫୧୭ ଲେଖାଏଁ ନମ୍ବର ମିଳିଛି। ଶ୍ବେତା ସାହୁ ଓ  ଅର୍ଚ୍ଚିତ କୁମାର ସାହୁ ଯଥାକ୍ରମେ ୫୧୪ ଲେଖାଏଁ ନମ୍ବର ପାଇଛନ୍ତି। ବାଣିଜ୍ୟରେ ସାକେତ ସୁମନ ସିଂହ ‌କଲେଜ ଟପ୍ପର ହୋଇଥିବାବେଳେ ଜିଲ୍ଲାରେ ଆଗରେ ରହିଛନ୍ତି। ୫୪୫ ନମ୍ବର ରଖି ରିଷବ ସିଂ ଓ ମହମ୍ମଦ ସାହାନୱାଜ୍‌ ଆଲାମ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସୋମ୍‌ ମହାନ୍ତି ଓ ଶୁଭଜିତ୍‌ ସିଂରାୟଙ୍କୁ ୫୪୪ ଲେଖାଏଁ ନମ୍ବର ମିଳିଛି। ନିକିତା ସାହୁଙ୍କୁ ୫୪୦, ଶୁଭମ୍‌ ମହାନ୍ତି ଓ ଅନିକା ସମର ୫୩୯ ଲେଖାଏଁ  ନମ୍ବର ପାଇଛନ୍ତି। ବାଣିଜ୍ୟରେ ମୋଟ ୨୪ ଛାତ୍ରଛାତ୍ରୀ ପ୍ରଥମ ‌ଶ୍ରେଣୀରେ ପାସ୍‌ କରିଛନ୍ତି।

ମ୍ୟୁନିସିପାଲ କଲେଜ : ଉଦିତନଗରସ୍ଥ ମ୍ୟୁନିସିପାଲ କଲେଜରେ ବିଜ୍ଞାନରେ ମୋଟ ୧୮୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୧୪୭ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ପାସ୍‌ ହାର ୭୯.୮୯% ରହିଛି। ୨୭ ଜଣ ପ୍ରଥମ, ୫୯ ଦ୍ବିତୀୟ ଓ ୬୧ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବାଣିଜ୍ୟରେ ମୋଟ ୨୪୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୨୪୬ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ପାସ୍‌ ହାର ରହିଛି ୯୯.୨%। ୧୮୪ ଛାତ୍ରଛାତ୍ରୀ ପ୍ରଥମ, ୪୯ ଛାତ୍ରଛାତ୍ରୀ ଦ୍ବିତୀୟ ଓ ୧୩ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। କଲେଜର ପ୍ରିୟଙ୍କା ନାୟକ ୫୫୬ (୯୨.୬୬%) ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି। ଶ୍ରୁତି ଅଗ୍ରୱାଲ ୫୫୪(୯୨.୩୩%) ନମ୍ବର ରଖି ଦ୍ବିତୀୟ,  ରାହୁଲ କୁମାର ଅଗ୍ରୱାଲ ୫୫୨(୯୨%) ନମ୍ବର ରଖିତ ତୃ୍ତୀୟ ସ୍ଥାନରେ ରହିଛନ୍ତି। ଶେଖ ଆବିଦ୍‌ ତାରିଖ ଅଲ୍ଲୀ ଓ ବିଧୁଭୂଷଣ ରାଥଙ୍କ ଯଥାକ୍ରମେ ୫୪୯ (୯୧.୫%) ଓ ୫୪୭(୯୧.୧୬%) ନମ୍ବର ମିଳିଛି।

ଇସ୍ପାତ ବିଦ୍ୟାମନ୍ଦିର : ସେକ୍ଟର-୧୯ସ୍ଥ ଇସ୍ପାତ ବିଦ୍ୟାମନ୍ଦିରରେ ବିଜ୍ଞାନରେ ମୋଟ ୧୧୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୪୭ ଛାତ୍ରଛାତ୍ରୀ ପ୍ରଥମ, ୫୦  ଛାତ୍ରଛାତ୍ରୀ ଦ୍ବିତୀୟ ଓ ୧୩ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ମୋଟ ପାସ୍‌ ହାର ୯୫.୬୫% ରହିଛି।  ଆଦିତ୍ୟ ସେନାପତି ୫୫୧ (୯୧.୮୩%) ନମ୍ବର  ରଖି କଲେଜରେ ଟପ୍ପର ହେବା ସହ ଜିଲ୍ଳାରେ ଆଗରେ ରହିଛନ୍ତି। ଆଦିତ୍ୟ ଗିରି  ୫୩୫(୮୯.୧୭%) ନମ୍ବର ରଖି ଦ୍ବିତୀୟ ଓ ଅବିନାଶ ପାତ୍ର ୫୧୯(୮୬.୫%) ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ସେମିତି ବାଣିଜ୍ୟରେ ମୋଟ ୬୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୪୪ ଜଣ ପ୍ରଥମ, ୧୩ ଜଣ ଦ୍ବିତୀୟ ଓ ୫ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସ୍ନେହଲତା ପ୍ରଧାନ ୫୨୫(୮୭.୫%) ନମ୍ବର ରଖି  କଲେଜରେ ଟପ୍ପର ହୋଇଛନ୍ତି। ଅଞ୍ଜଳି କୁମାରୀ ରଜକ୍‌ ୫୨୨ (୮୭%) ନମ୍ବର ରଖି ଦ୍ବିତୀୟ ଓ ଦୀପଜ୍ୟୋତି ସେନ୍‌ ୫୧୪ (୮୫.୬୭%) ନମ୍ବର  ରଖି ତୃତୀୟ ସ୍ଥାନରେ  ରହିଛନ୍ତି।

ସୁନ୍ଦରଗଡ଼ ସରକାରୀ କଲେଜ:  ସୁନ୍ଦରଗଡ଼ ଯୁକ୍ତ ଦୁଇ ସରକାରୀ କଲେଜରେ ବିଜ୍ଞାନରେ ମୋଟ ୧୭୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୫୬ ଜଣ ପ୍ରଥମ, ୫୬ ଜଣ ଦ୍ବିତୀୟ, ୩୩ ଜଣ ତୃତୀୟ ଶ୍ରେଣୀ‌ରେ ପାସ୍‌ କରିଛନ୍ତି। ୨୨ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। ୩ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ।  ପୂଜା ଯାଦବ ୫୦୪ ନମ୍ବର ରଖି  କଲେଜର ଟପ୍ପର ହୋଇଛନ୍ତି। ସେମିତି ବାଣିଜ୍ୟରେ ମୋଟ ୧୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୫୩ ଜଣ ପ୍ରଥମ, ୨୩ ଜଣ ଦ୍ବିତୀୟ, ୨୧ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୧୨ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। ବର୍ଷା ସେଠ୍‌ ସର୍ବାଧିକ ୫୫୮ ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି।

ଚିନ୍ମୟ ଯୁକ୍ତ ଦୁଇ କଲେଜ : ସେକ୍ଟର-୭ସ୍ଥ ଚିନ୍ମୟ ଯୁକ୍ତ ଦୁଇ କଲେଜରେ ମୋଟ ୪୧ ଛାତ୍ରଛାତ୍ରୀ ବିଜ୍ଞାନରେ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୨୩ ଛାତ୍ରଛାତ୍ରୀ ପ୍ରଥମ, ୧୫ ଛାତ୍ରଛାତ୍ରୀ ଦ୍ବିତୀୟ ଓ ୩ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି।  ୩ ଛାତ୍ରଛାତ୍ରୀ ୮୦%ରୁ ଅଧିକ, ୧୨ ଛାତ୍ରଛାତ୍ରୀ  ୭୦ରୁ୮୦%, ୮ ଛାତ୍ରଛାତ୍ରୀ ୬୦ରୁ ୭୦% ନମ୍ବର ରଖିଛନ୍ତି। ପ୍ରୀତିନନ୍ଦା ବେହେରା ୫୧୨ (୮୫.୩୩%) ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି। ସରସ୍ବତୀ ଓରାମ ୫୦୧ (୮୩.୫୦%) ନମ୍ବର ରଖି ଦ୍ବିତୀୟ ଓ ରିଶିକା ଗୁପ୍ତା ୪୯୭( ୮୨.୮୩%) ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି।

ସୁଶୀଳାବତୀ ସରକାରୀ ମହିଳା କଲେଜ : ସେକ୍ଟର-୨ସ୍ଥ ସୁଶୀଳାବତୀ ସରକାରୀ କଲେଜରେ ବିଜ୍ଞାନରେ ମୋଟ ୧୫୭ ଛାତ୍ରୀ ପରୀକ୍ଷା ଦେଇଥିଲେ। ୧୭ ଛାତ୍ରୀ ପ୍ରଥମ, ୫୦ ଛାତ୍ରୀ ଦ୍ବିତୀୟ, ୩୦ ଛାତ୍ରୀ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୫୪ ଛାତ୍ରୀ ଫେଲ୍‌ ହୋଇଛନ୍ତି। ବୈଶାଳୀ ପଣ୍ଡା ୪୩୪ ନମ୍ବମ ରଖି କଲେଜରେ ଟପ୍ପର ହୋଇଛନ୍ତି। ଶ୍ରୁତି ଜେନା ୪୩୦ ନମ୍ବର ରଖି ଦ୍ବିତୀୟ ଓ ଶ୍ରେଷ୍ଠା ସାହୁ ୩୯୬ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର