ଭୁବନେଶ୍ବର: କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଆମ ଶରୀର ପାଇଁ ଭ୍ୟାକସିନ୍ ଓ କାଢା ଉଭୟ ଜରୁରୀ ବୋଲି ବରିଷ୍ଠ ଏଲୋପାଥି ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟିକା କରୋନାର ଅମୋଘ ଅସ୍ତ୍ର। କାଢା ମଣିଷ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବ। ଯଦି କୋଭିଡ ହେଇଛି ପ୍ରକୋପ କମିଯିବ। ଯଦି କୋଭିଡ ହେଇନି କାଢା ପିଇଲେ କୋଭିଡ ହେବାର ସମ୍ଭାବନା କମିଯିବ, କାରଣ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିବ। କାଢା ପିଇଲେ ସୁସ୍ଥ ରହି ହେବ।
କାଢା ପିଇଲେ କୋଭିଡ ପଜିଟିଭ ଲୋକ ସୁସ୍ଥ ହୋଇ ପାରିବ ନାହିଁ। ଆୟୁର୍ବେଦିକ ଡ଼ାକ୍ତର କୋଭିଡ ପଜିଟିଭ ହେଲେ କାହିଁକି ଏଲୋପାଥିକ ଚିକିତ୍ସା ପାଇଁ ଆମ ପାଖକୁ ଆସୁଛନ୍ତି ? କାଢା ପିଇଲେ ଶରୀର ସୁସ୍ଥ ରହିବ । ଭ୍ୟାକସିନ୍ ନେଲେ କୋଭିଡ ସଂକ୍ରମିତ ସୁସ୍ଥ ହୋଇପାରିବ।
ଟିକା ଓ କାଢା ଉଭୟ ଜରୁରୀ। ସମସ୍ତେ ସମସ୍ତଙ୍କ ଜାଗାରେ ଠିକ୍ ଅଛନ୍ତି । ଆରସେନିକାଲଆଲବା ଖାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ କହିଲା । ତେଣୁ ଲୋକେ ଆରସେନିକାଲ୍ ଆଲବା ଖାଇଲେ ଇମୁନିଟ ବଢିବ, କିନ୍ତୁ କୋଭିଡ ଠିକ୍ ହେବନାହିଁ। ଉଦାହରଣ ଭାବେ ରାମଦେବ ବାବାଙ୍କର ଆଶ୍ରମରେ ଥିବା ଆୟୁର୍ବେଦିକ ଗବେଷକ ବାଲକ୍ରିଷ୍ନାଙ୍କୁ କୋଭିଡ ହୋଇଥିଲା ସେତେବେଳେ ସେ କାହିଁକି ଏଲୋପାଥିକ ଚିକିତ୍ସା ନେଇଥିଲେ ସେତ ଆୟୁର୍ବେଦିକରେ ସୁସ୍ଥ ହୋଇ ପାରିଥାଆନ୍ତେ।
ଆମ ଶରୀର ପାଇଁ ଟିକା ଓ କାଢା ଉଭୟ ଜରୁରୀ: ଡାକ୍ତର ଅଶୋକ ମହାପାତ୍ର
/sambad/media/post_attachments/wp-content/uploads/2022/01/covid-vaccine-6-750x430-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)