ରାସ୍ତା କଡ଼ରେ ଠିଆ ହୋଇଥିବା ମିନିଟ୍ରକକୁ ବାଇକ ଧକ୍କା ଦେବା ଫଳରେ ବାଇକ୍‌ ଆରୋହୀ ମୃତ

ବୌଦ୍ଧ: ଗତକାଲି ରାତି ପ୍ରାୟ ୧୨ଟା ସମୟରେଜାତୀୟ ରାଜପଥ-୫୭ରେ ବୌଦ୍ଧ ଜିଲ୍ଲା ମଧୁପୁର ଛକରେ ଏକ ବାଇକ୍କୁ ମିନିଟ୍ରକ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।ନମିଳିଥିବା ସୂଚନା ଅନୁଯାୟୀ ରାସ୍ତା କଡ଼ରେ ଖରାପ ହୋଇ ଠିଆ ହୋଇଥିବା ଏକ ମିନିଟ୍ରକକୁ ଏକ ବାଇକ୍‌ ନଂ-OD15M-8435 ଧକ୍କା ଦେଇଥିଲା ଯେଉଁଥିରେ ଜିତେନ ଓ ଆକାଶ ସୋନପୁରରୁ କୁମ୍ଭିଆ ଅଭିମୁଖେ ଯାଉଥିଲେ।ଘଟଣାସ୍ଥଳରେ ହିଁ ଜିତେନଙ୍କ ମୃତ୍ୟୁ ଘଟିଥିଲା।

ମୃତକଙ୍କ ନାଁ ଜିତେନ ଦେହୁରୀ ଓ ତାଙ୍କ ଘର ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ କୁମ୍ଭିଆ ଗାଁରେ ବୋଲି ଜଣାଯାଇଛି। ସେ ମାତ୍ର ୧୦ ଦିନ ତଳେ ବାହା ହୋଇଥିଲେ ବୋଲି ଜଣାପଡ଼ିଛି।

ସେହିପରି ଗୁରୁତର ଭାବେ ଆହତ ଯୁବକଙ୍କ ନାଁ ଆକାଶ ବାଘ। ତାଙ୍କ ଘର ବି କୁମ୍ଭିଆରେ। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବୌଦ୍ଧ ଟାଉନ୍ ଥାନା ପୁଲିସ୍ ଜିତେନଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତା’ସହିତ ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର