ବୌଦ୍ଧ: ରବିବାର ସକାଳ ପ୍ରାୟ ୯: ୩୦ ପରେ ପୁରୁଣା କଟକ ଥାନା ଚାରିଛକ ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଆଗରେ ଏକ ପିକ୍-ଅପ୍ ଭ୍ୟାନ୍ ଏବଂ ବାଇକ୍ ମଧ୍ୟରେ ଧକ୍କା ହେବାରୁ ଘଟନାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।
ମୃତ ବାଇକ୍ ଚାଳକ ହେଲେ ଗୁଣ୍ଡୁରିବିଡ଼ା ଗ୍ରାମର ଗଣେଶ ବେହେରା। ସେ ଚାରିଛକ ମାର୍କେଟର୍ ଏକ ନୂଆ ମୋଟରସାଇକେଲ୍ ଯୋଗେ ଫେରୁଥିବା ବେଳେ ଗୋଟାଏ ମ୍ୟାକ୍ସ୍ ପିକ୍-ଅପ୍ ଗାଡ଼ି ସହ ସାମ୍ନାସାମ୍ନି ଦୁର୍ଘଟନା ହୋଇଥିଲା। ଧକ୍କାର ପ୍ରଭାବରେ ଗଣେଶଙ୍କର ମୃତ୍ୟୁ ଘଟିଥିଲା ଓ ପିକ୍-ଅପ୍ ଭ୍ୟାନ୍ଟି ରାସ୍ତାରୁ ସାମାନ୍ୟ ତଳକୁ ଖସି ଯାଇଥିଲା। ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ତାକୁ ଭଙ୍ଗାରୁଜା କରିଥିବା ଖବର ମିଳିଛି।
ତାଙ୍କ ମୃତ୍ୟୁଜନିତ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ପୁରୁଣା କଟକ ଥାନା ଅଧିକାରୀ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରାଇବା ପରେ ରାସ୍ତା ଅବରୋଧ ହଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/pick-up-bike.jpg)