ବୌଦ୍ଧ ପୁସ୍ତକମେଳା ଉଦଘାଟିତ

ବୌଦ୍ଧ : ବୌଦ୍ଧ ଟାଉନ ହଲ୍‌ରେ ଅନୁଷ୍ଠିତ ଷୋଡ଼ଶ ବୌଦ୍ଧ ପୁସ୍ତକମେଳା ଓ ପତ୍ରପତ୍ରିକା ପ୍ରଦର୍ଶନୀ ଶନିବାର ଉଦ୍‌ଘାଟିତ ହୋଇଛି। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମା‌ନିତ ଅତିଥି ଭାବରେ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର, ବରିଷ୍ଠ ସାହିତ୍ୟିକ ବନମାଳୀ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ନାଗରିକ କମିଟି ଆବାହକ ବିଶ୍ବେଶ୍ବର ପୃଷ୍ଟି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୁରୁଣାକଟକ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଫଟୋରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା।

ପୁସ୍ତକମେଳାର ଆୟୋଜକ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ସଭାପତି ଦିବ୍ୟଶଙ୍କର ରାଉତ, ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ, ସଦସ୍ୟ ଦେବାନନ୍ଦ ସାହୁ, ସତ୍ୟଜିତ ପଣ୍ଡା, ଦିବ୍ୟ ରଞ୍ଜନ ପଟ୍ଟନାୟକ, ବାସୁଦେବ ସାହୁ, ସୁଶ୍ରୀ ସୁଜାତା ସାହୁ, ସଞ୍ଜୀବ ମହାକୁଡ଼, ସତ୍ୟ ନାରାୟଣ ପାଣି ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାର କବି ଓ ଲେଖକଙ୍କ ପ୍ରକାଶିତ ପୁସ୍ତକ ଓ ପତ୍ରପତ୍ରିକା ପ୍ରଦର୍ଶନୀରେ ସ୍ଥାନ ପାଇଛି। ସନ୍ଧ୍ୟାରେ ରାଜ୍ୟର ବିଶିଷ୍ଟ ବ୍ୟଙ୍ଗ କବିଙ୍କ ଦ୍ବାରା ହାସ୍ୟ, ବ୍ୟଙ୍ଗ କବି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ରବିବାର ହେବାକୁ ଥିବା ଉଦ୍‌ଯାପନୀ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ନିଜ ପାରଦର୍ଶିତା ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର