ବୌଦ୍ଧ : ଓଡ଼ିଶା ଦିବସ ଅବସରରେ ଗୁରୁବାର ବୌଦ୍ଧ-କିଆକଟା ମହାନଦୀ ସେତୁର ଆଲୋକୀକରଣ ପ୍ରକଳ୍ପ ଉଦ୍ଘାଟିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଧାୟକ, ଜିଲ୍ଲାପାଳ ଓ ଏସ୍ପି ଅତିଥି ଭାବରେ ଯୋଗଦେଇଥିଲେ। ମହାନଦୀ ସେତୁ ଆଲୋକୀକରଣକୁ ନେଇ ବୌଦ୍ଧ ସହରବାସୀଙ୍କ ମନ ଆମୋଦିତ ହୋଇଥିଲା। ସଂଧ୍ୟାରେ ମନ ଫୁର୍ତ୍ତି କରିବା ପାଇଁ ଉପଯୁକ୍ତ ସ୍ଥାନ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଥିଲା। ତେବେ ଶୁକ୍ରବାର ସହରର ଅନେକ ଲୋକ ପରିବାର ସହ ସେତୁକୁ ଯାଇ ନିରାଶ ହୋଇଛନ୍ତି। କାଲି ଆଲୋକରେ ଝଲମଲ କରୁଥିବା ସେତୁରେ ଆଜି ଅନ୍ଧାର ମାଡ଼ି ବସିଛି। ଏପ୍ରିଲ୍ ପହିଲାରେ ଏନ୍ଏଚ୍ ବିଭାଗ ବୌଦ୍ଧବାସୀଙ୍କୁ ‘ଏପ୍ରିଲ୍ ଫୁଲ୍’ କରିବା ସହ ନିମନ୍ତ୍ରିତ ଅତିଥିଙ୍କ ସମ୍ମାନ ସହ ଖେଳ ଖେଳିଛି ବୋଲି ବିଭିନ୍ନ ଛକରେ ଚର୍ଚ୍ଚା ଜୋର୍ ଧରିଛି।
/sambad/media/post_attachments/wp-content/uploads/2021/04/road-boudha-2.jpg)
ସୂଚନାଯୋଗ୍ୟ ଗତକାଲି ଏହି ଆଲୋକୀକରଣ ପ୍ରକଳ୍ପକୁ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି.ରଘୁନାଥ ରାଓ ଓ ପିଡି ଡିଆରଡିଏ ବବିତାରାଣୀ ଦଳବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏନ୍ଏଚ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ଧ୍ୟାନଚାନ୍ଦ ନାଏକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉତ୍ସବରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/road-boudha-f.jpg)