ପାଟପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଏଭଳି ପରିସ୍ଥିତିରେ ଚେନ୍ନାଇରେ କାମ କରୁଥିବା ଆଉ ଜଣେ ଶ୍ରମିକଙ୍କ ଅକାଳ ବିୟୋଗ ଘଟିଛି। ମୃତକଜଣକ ହେଲେ, ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ଗ୍ରାମର ଭୂଷଣ ଦାସଙ୍କ ଏକମାତ୍ର ପୁଅ କୃଷ୍ଣ। ଚେନ୍ନାଇ ନିକଟ ରେଳଧାରଣାରୁ କୃଷ୍ଣଙ୍କ ଶବ ମିଳିଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନି। ତେବେ କୃଷ୍ଣଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ପାଲଟିଛନ୍ତି। ଶବକୁ ଭିଟାମାଟିକୁ ଆଣିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ସୂଚନା ଥାଉକି, ଗତ ସପ୍ତାହରେ ଏହି ବ୍ଲକ୍ କଉଡ଼ିଆ ଗ୍ରାମର ଜିତେନ୍ଦ୍ର ଦଳେଇ ସୁରତରେ ହୃତ୍ଘାତରେ ପ୍ରାଣ ହରାଇଛନ୍ତି। ସାନଖେମୁଣ୍ଡି ବ୍ଲକ୍ରୁ ଶତାଧିକ ଯୁବକଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ନିର୍ଯାତିତ ହେବା ସହ ଅକାଳରେ ପ୍ରାଣ ହରାଉଛନ୍ତି।
ଚେନ୍ନାଇରେ ଦାଦନ ଶ୍ରମିକ ମୃତ
/sambad/media/post_attachments/wp-content/uploads/2023/03/fe7d709a-6b57-49af-bc8e-41f3e79efc1f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)