ପାତ୍ରପୁର: ଚେନ୍ନାଇରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଆଙ୍କୁଲି ପଞ୍ଚାୟତ ରାଇଖାଲ ଗ୍ରାମର ବିଶୁ ବେହେରା (୩୦)ଙ୍କ ଶବ ଆଉ ଗାଁରେ ପହଞ୍ଚିବ ନାହିଁ। ଫଳରେ ଶେଷ ଦର୍ଶନ ପତ୍ନୀ ଓ ଦୁଇ ଝିଅଙ୍କ ଭାଗ୍ୟରେ ଜୁଟିପାରିନି। ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ମୃତକଙ୍କ ଭିଣୋଇ, ଦୁଇ ଭାଇ ଓ ପୁତୁରା ଆଜି ଚେନ୍ନାଇରେ ପହଞ୍ଚିଛନ୍ତି। ଆସନ୍ତା କାଲି ବିଶୁଙ୍କ ଶବ ବ୍ୟବଚ୍ଛେଦ ହେବ। ହେଲେ ସମ୍ବଳ ନଥିବାରୁ ବିଶୁଙ୍କ ଶବକୁ ଆଉ ଭିଟାମାଟିକୁ ନଆଣି ସେଠାରେ ହିଁ ଦାହ କରିବା ଲାଗି ସମ୍ପର୍କୀୟ ମାନେ ନିଷ୍ପତ୍ତି ନେଇ ସାରିଛନ୍ତି। ପ୍ରଶାସନ ନଚେତ୍ କମ୍ପାନି କର୍ତ୍ତୃପକ୍ଷ ଚାହିଁଲେ ଶବ ଗାଁକୁ ଆସିପାରିବ। କିନ୍ତୁ ଏହି ଆଶା ବି କ୍ଷୀଣ ବୋଲି କୁହାଯାଇଛି। ଫଳରେ ବିଶୁଙ୍କୁ ପତ୍ନୀଙ୍କ ସମେତ ତିନି ଓ ଦେଢ଼ ବର୍ଷର ଦୁଇ ଝିଅ ଶେଷ ଥର ପାଇଁ ଆଉ ଦେଖିପାରିବେନି। ଏହା ଜାଣିବା ପରେ ଘର କାନ୍ଦବୋବାଳିରେ ଫାଟି ପଡ଼ୁଛି। ଆଦିବାସୀ ଯୁବକ ବିଶୁ ଚେନ୍ନାଇର ବିମୁଖ୍ ନଗର ସ୍ଥିତ ଏମ୍ଆର୍ଏଫ୍ ଟାୟାରସ୍ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ଦୀପାବଳି ଦିନ ତାଙ୍କ ଶବ ରେଳଧାରଣାକଡ଼ରୁ ଉଦ୍ଧାର ହୋଇଥିଲା। ହେଲେ ଏଯାଏ ବିଶୁଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନି।
ଚେନ୍ନାଇରେ ଦାଦନଙ୍କ ମୃତ୍ୟୁ ଘଟଣା: ପତ୍ନୀ, ଦୁଇ ଝିଅଙ୍କ ଭାଗ୍ୟରେ ଜୁଟିଲାନି ଶେଷ ଦର୍ଶନ
/sambad/media/post_attachments/wp-content/uploads/2020/10/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)