ଉଦଘାଟନର ତିନି ଦିନ ପରେ ୫ଟି ବିଦ୍ୟାଳୟର ପାଚେରି ଭୁଶୁଡ଼ିଲା, ନିମ୍ନମାନର କାମ ହୋଇଥିବା ଅଭିଯୋଗ

ବୋରିଗୁମ୍ମା: ଉଦ୍‌ଘାଟନର ତିନି ଦିନରେ ୫ଟି ସ୍କୁଲର ପାଚେରି ଭୁଶୁଡ଼ି ପଡ଼ିଛି। ତେବେ ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ସର ମହକୁମାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ଏହି ଅଘଟଣ ଘଟିଛି। ସ୍କୁଲ ଛୁଟି ଥିବାରୁ ଅଘଟଣ ସମୟରେ କେହି ନଥିଲେ।

ସୂଚନା ଅନୁସାରେ  ସାରା ରାଜ୍ୟରେ ଗତ ୧୦ ତାରିଖ ଦିନ ୪୧୬ ଗୋଟି ୫ଟି ବିଦ୍ୟାଳୟ ଉଦଘାଟନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କେ ପାଣ୍ଡିୟାନ ଭିଡ଼ିଓ କଂଫେରେନ୍ସ ମାଧ୍ୟମରେ ୫ଟି ବିଦ୍ୟାଳୟଗୁଡ଼ିକ ଉଦଘାଟନ କରିଥିଲେ। କୋରାପୁଟ ଜିଲ୍ଲା ନିମନ୍ତେ ସସାହାଣ୍ଡି ଠାରେ ଏକ ବିରାଟ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ୯୫ଟି ୫-ଟି ବିଦ୍ୟାଳୟ ଉଦଘାଟନ ହୋଇଥିବା ବେଳେ ବୋରିଗୁମ୍ମା ବ୍ଳକର ୧୦ ଗୋଟି ବିଦ୍ୟାଳୟ ଉଦଘାଟନ କରିଥିଲେ। ବୋରିଗୁମ୍ମା ସଦର ମହକୁମାର ଥିବା ସରକାରୀ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର୫ ଟି ବିଦ୍ୟାଳୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଉଦଘାଟନର ତିନି ଦିନ ପରେ ସେହି ଉଚ୍ଚ ବିଦ୍ୟାଳୟର ଏମ୍‌ଇ ସ୍କୁଲକୁ ଲାଗିଥିବା ପାଚେରି ଆପେ ଆପେ ଭୁଶୁଡ଼ି ପଡ଼ିଛି।

ସେହି ପାଚେରି କାମ ନିମ୍ନମାନର ଯୋଗୁଁ ଭୁଶୁଡିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ପାଚେରିର ତଳେ କୌଣସି ଫାଉଣ୍ଡେସନ ନାହିଁ। ତେବେ ଭଙ୍ଗା ପାଚେରିକୁ ଲାଗିଥିବା ଅନ୍ୟ ପାଚେରି ମଧ୍ୟ ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପାରେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ବ୍ଳକ ପ୍ରଶାସନର ମନମୁଖୀ କାର୍ଯ୍ୟକାଳପ ଯୋଗୁଁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି। ଠିକାଦାର କାମ କରିବା ସମୟରେ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ନ ରହିବା ସହ କାମ ଶେଷ ହେବା ପରେ ବି ବ୍ଳକ ପ୍ରଶାସନ କିପରି ଭାବରେ କାମ ହୋଇଛି ତଦାରଖ କରୁ ନଥିବା କାରଣରୁ ଆଜି ପାଚେରି ଭୁଶୁଡିବାର ମୁଖ୍ୟ କାରଣ ପାଲଟିଛି। ଯଦି ଖୋଦ ସଦର ମହକୁମାର ୫ଟି ବିଦ୍ୟାଳୟର ଏପରି ଅବସ୍ଥା ତେବେ ବ୍ଳକରେ ହୋଇଥିବା ୧୦ଟି ୫ଟି ବିଦ୍ୟାଳୟ କିପରି ଭାବରେ କାମ ହୋଇଥିବ ତାହା ସହଜେ ଅନୁମେୟ।

ସମ୍ବନ୍ଧିତ ଖବର