ସେମିଳିଗୁଡ଼ା: କୋରାପୁଟ ଜିଲ୍ଲା ସେମିଳିଗୁଡା ଅଞ୍ଚଳରେ ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଶନିବାର ଅପରାହ୍ନରେ ବର୍ଷାର ପରିମାଣ ବଢିଥିଲା। ଫଳରେ ରାସ୍ତା ଘାଟ ନାଳ ନର୍ଦମାରେ ପ୍ରବଳ ପାଣିର ସୁଅ ଛୁଟିବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ସୁନାବେଡା ମୁନିସିପାଲିଟି ୨୧ ନଂ ୱାର୍ଡ ଗାନ୍ଧୀନଗରରେ ନାଳ ପାର୍ଶ୍ୱରେ ଥିବା କେତେକ ଘରର ପାଚେରୀ ଭାଙ୍ଗିଯାଇଛି। ଉକ୍ତ ନାଳରେ ପାହାଡ଼ରୁ ପାଣି ଆସୁଥିବା ବେଳେ ଏହାକୁ ଅର୍ଦ୍ଧାଧିକ ଅବରୋଧ କରି ଲୋକେ ପାଚେରୀ ନିର୍ମାଣ କରିଥିବାରୁ ପୂର୍ବରୁ ମଧ୍ୟ ବର୍ଷା ଯୋଗୁ ପାଚେରୀ ଭୁଶୁଡ଼ି ଇଟା ପଥର ସବୁ ନାଳରେ ଜମାହେବା ଦ୍ୱାରା ପାଣି ନିଷ୍କାସିତ ହୋଇ ନପାରି ଲୋକଙ୍କ ଘରେ ପଶିବା ସହ ରାସ୍ତା ଘାଟ ଅଳିଆ ଆବର୍ଜନା ପୂର୍ଣ୍ଣ ହୋଇଯାଇଛି। ସେହିପରି ଗୋପବନ୍ଧୁନଗର ଅଞ୍ଚଳରେ ନୂଆ ଗାତ ଖୋଲାଯାଇ ପାଣି ପାଇପଲାଇନ ବିଛା କାମ ଚାଲୁ ଥିବା ବେଳେ ବର୍ଷା ଯୋଗୁ ଲୋକଙ୍କ ଘରେ ପାଣି ଓ କାଦୁଅ ପଶିଥିବା ଦେଖାଦେଇଛି।
ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପାଚେରୀ
/sambad/media/post_attachments/wp-content/uploads/2023/03/e19abfa1-7206-481a-a7c5-2d87140d6078.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)