ସିଲ ହେଲା କଟକ ବକ୍ସି ବଜାର ଅଞ୍ଚଳ, ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେଵା ସିଏମସି ଯୋଗାଇବ

ବକ୍ସି ବଜାର - ତିନି କୋଣିଆ ବଗିଚା - ସୂତାହାଟ ଅଞ୍ଚଳ ସିଲ, ଦୋକାନ ବଜାର, ସରକାରୀ ଓ ଘରୋଇ ସଂସ୍ଥା ବନ୍ଦ

କଟକ: ବକ୍ସି ବଜାର ଅଂଚଳରୁ ଗତକାଲି ଜଣେ କରୋନା ରୋଗୀ ବାହାରିବା ପରେ ଆଜି ସମଗ୍ର ଅଞ୍ଚଳକୁ ସିଲ କରାଯାଇଛି | ବକ୍ସି ବଜାରରୁ ଷ୍ଟିୱାର୍ଟ ସାଇନ୍ସ କଲେଜ, ଷ୍ଟିୱାର୍ଟ ସାଇନ୍ସ କଲେଜରୁ ସୂତାହାଟ ମସଜିଦ ଛକ, ସୂତାହାଟ ମସଜିଦ ଛକରୁ ତିନି କୋଣିଆ ବଗିଚା ଛକ ଓ ତିନି କୋଣିଆ ଛକରୁ ବକ୍ସି ବଜାର ଛକ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ସିଲ କରାଯାଇଛି | ଏଥିରେ ମୋଟ ୧୫ଟି ରାସ୍ତାକୁ ସିଲ କରା ଯାଇଥିବାର ପୌର ନିଗମ କମିସନର ଅନନ୍ୟା ଦାସ କହିଛନ୍ତି |

ଉକ୍ତ ଅଂଚଳ ମଧ୍ୟକୁ କାହାରିକୁ ଛାଡି ଯିବ ନାହିଁ କି କାହାରିକୁ ବାହାରକୁ ଆସିବାକୁ ଦିଆଯିବ ନାହିଁ | ଏ ଅଞ୍ଚଳ ମଧ୍ୟ୍ୟରେ ଥିବା ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବନ୍ଦ ରଖି ଯିବ | ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେଵା ପୌର ନିଗମ ପକ୍ଷରୁ ଯୋଗାଇ ଦିଆଯିବ |  ଉକ୍ତ ଅଞ୍ଚଳ ମଧ୍ୟ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି | ଅତ୍ୟାବଶ୍ୟକ ସେବା ପାଇଁ ପୌର ନିଗମର ଡେପୁଟି କମିଶନର ସଂଜୀବିତା ରାୟ -୯୪୩୭୧୮୭୮୮୮, ପ୍ରଦୀପ କୁମାର ସାହା-୯୪୩୭୩୧୫୧୫୨, ଡାକ୍ତର ପ୍ରକାଶ ସାହୁ -୯୬୯୨୯୭୮୫୭୯ ଓ ଜିତେନ୍ଦ୍ର କୁମାର ପାଲ-୯୪୩୯୯୯୯୦୮୩ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି | ସମସ୍ତ ଅତ୍ୟାବଶ୍ୟକ ସେବା ଏପ୍ରିଲ ୫ତାରିଖ ରାତି ୮ଟା ପରଠାରୁ ପ୍ରଦାନ କରାଯିବ ବୋଲି ନିଗମ ପକ୍ଷରୁ ସୂଚନା ଦିଆ ଯାଇଛି |

ସମ୍ବନ୍ଧିତ ଖବର