କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଶିରିସପାଳ ପଞ୍ଚାୟତ ପୋକରାପାଣି ଗ୍ରାମରେ କାନ୍ଥ ପଡ଼ି ଜଣେ ବାଳକର ଆକସ୍ମିକ ମୃତ୍ୟୁ ଘଟିଛି।
ମୃତ ଯୁବକ ହେଲେ ପୋକରାପାଣି ଗ୍ରାମର ସ୍ବର୍ଗତ କୈଳାସ ନାଏକଙ୍କ ୧୬ ବର୍ଷିୟ ପୁଅ ଚନ୍ଦା। ଚନ୍ଦା ଆଜି ଘରେ ଥିବା ବେଳେ ଘରର ପୁରୁଣା ତଥା ଦୁର୍ବଳ ହୋଇଯାଇଥିବା କାନ୍ଥ ତାଙ୍କ ଉପରେ ପଡ଼ି ଯାଇଥିଲା । ଫଳରେ କାନ୍ଥ ତଳେ ଚାପି ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଚନ୍ଦା ନାଏକକୁ ଉଦ୍ଧାର କରାଯିବା ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ବ୍ୟବଚ୍ଛେଦ ପାଇଁ ଚନ୍ଦାର ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଥିଲା। ଚନ୍ଦାଙ୍କ ଦୁଃଖଦ ମୃତ୍ୟୁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/deadbody.jpg)