ଗ୍ୟାସ ଲିକ ହୋଇ ଘରେ ଲାଗିଲା ନିଆଁ, ନାବାଳକ ମୃତ

ବିନିକା: ଗ୍ୟାସ ଲିକ ହୋଇ ଘରେ ନିଆଁ ଲାଗିବାରୁ ନାବାଳକ ମୃତ। ମୃତ ନାବାଳକଜଣକ ହେଲେ ବାବୁସାନ୍ ଗୁଦୁରିଆ(୧୦) ମୃତ । ଏହି ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଶଙ୍କରା ଗାଁରେ I ମୃତ ବାବୁସାନ୍ ହେଲେ ଶଙ୍କରା ଗାଁର ଟିକେଶ୍ବର ଗୁଦରିଆଙ୍କ ସାନପୁଅ।

ସୂଚନା ଅନୁସାରେ, ଆଜି ଘରେ ଚା’ ପିଇବା ପାଇଁ ଗ୍ୟାସ ଟାଙ୍କି ଅନ କରି ଦିଆସିଲ ଖୋଜିଥିଲା ଟିକେଶ୍ବର। ପରେ ଦିଆସିଲ ମାରିବାରୁ ହଠାତ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା I ଫଳରେ ଘର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯିବା ସହ ବାବୁସାନ୍ ଶୋଇଥିବା ଅବସ୍ଥାରେ ପୋଡ଼ି ହୋଇଯାଇଥିଲା I ପରିବାର ଲୋକେ ବାବୁସାନକୁ ଚିକିତ୍ସା ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ବି ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି I

ଡାକ୍ତର ବିନିକା ପୁଲିସକୁ ଖବର ନକରି ମୃତ୍ୟୁ ବାବୁସାନକୁ ଘରକୁ ନେଇ ଯିବାକୁ କହିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ବିନିକା ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ ବି ଘର ପୋଡି ପାଉଁଶ ହୋଇଯାଇଥିଲା। ଅନ୍ୟପଟରେ ବିନିକା ପୁଲିସ ଖବର ପାଇ ଶଙ୍କରା ଗ୍ରାମରୁ ମୃତ ଦେହ ଜବତ କରିଛି।

ସମ୍ବନ୍ଧିତ ଖବର