ଧର୍ମଶାଳା: ଧର୍ମଶାଳା ବ୍ଲକ୍ ଗଙ୍ଗାଧରପୁର ପଞ୍ଚାୟତ ରଘୁନାଥପୁରଶାସନ ଗ୍ରାମର ପବିତ୍ର ମଲିକଙ୍କ ଝିଅ ଅଳକା ମଲିକ(୧୩)ଙ୍କ ସର୍ପାଘାତରେ ମୃତ୍ୟୁ ହୋଇଛି। ଆଜି ଅପରାହ୍ଣରେ ଘର ନିକଟରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକ ଧର୍ମଶାଳା ଡାକ୍ତରଖାନା ନେଇଥିଲେ। ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

ବଡ଼ଚଣା ଛକ ନିକଟରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବଡ଼ଚଣା ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ଅଳକାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତା ଅଳକା ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ।