ଟିଟିଲାଗଡ଼ : ବିଦ୍ୟୁତ୍‌ ଆଘାତରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଭୁସଲାଡ଼ ଗାଁର ଶକ୍ତି ସୁନା (୧୨ବର୍ଷ) ନାମକ ଜଣେ ବାଳକର ମୃତ୍ୟୁ ଘଟିଛି।

Advertisment

ସୂଚନା ଅନୁସାରେ, ଏହି ଗାଁର ହଜାରୁ ସୁନା ଓ ତାଙ୍କ ସ୍ତ୍ରୀ ଦାଦନ ଖଟିବାକୁ ଯାଇଛନ୍ତି। ଶକ୍ତି ତାଙ୍କ ବଡ଼ଭଉଣୀଙ୍କ ସହ ଗାଁରେ ରହୁଥିଲେ। ବୁଧବାର ରାତିରେ ଝଡ଼ତୋଫାନ ଯୋଗୁଁ ପଡ଼ିଶା ଘର ବାଡ଼ିକୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାର ଛିଣ୍ଡି ତଳେ ପଡ଼ିଥିଲା। ଗୁରୁବାର ଭୋର୍‌ ୫ଟା ସମୟରେ ଶକ୍ତି ପରିସ୍ରା କରିବାକୁ ଯାଉଥିବା ସମୟରେ ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତଳେ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟିଟିଲାଗଡ଼ ଥାନା ଏଏସ୍‌ଆଇ କାର୍ତ୍ତିକ ପ୍ରଧାନ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।