ମହୁମାଛି ଆକ୍ରମଣରେ ବାଳକ ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ରଜାମରା ଗାଁରେ ଏକ ଚିନ୍ତାଜନକ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ଜଣେ ବାଳକର ମୃତ୍ୟୁ ଘଟିଛି। ମୃତକ ବାଳକ ପିଙ୍କୁ ରଣାଙ୍କ ଏକମାତ୍ର ପୁତ୍ର ଗୌରୀଶଙ୍କର (୧୩ବର୍ଷ) ବୋଲି ଜଣାପଡ଼ିଛି।

ଗୌରୀଶଙ୍କର ସୋମବାର ସନ୍ଧ୍ୟାରେ ବିଲକୁ ଯାଇଥିଲେ। ସେଠାରେ ଏକ ମହୁଲ ଗଛରେ ଥିବା ମହୁଫେଣାକୁ ଟେକା ମାରିଥିଲେ। ଏହାପରେ, ମହୁମାଛି ଉତ୍ତ୍ୟକ୍ତ ହୋଇ ଗୌରୀଶଙ୍କରଙ୍କୁ ବିନ୍ଧିଥିଲେ। ‌ଆହତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ, ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଲମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଯାଇଛି। ଏକମାତ୍ର ପୁଅକୁ ହରାଇ ଗୌରୀଶଙ୍କରଙ୍କ ବାପାମା’ ନିଜକୁ ସମ୍ଭାଳି ପାରୁନାହାନ୍ତି। ମା’ର ବୁକୁଫଟା କାନ୍ଦରେ ଡାକ୍ତରଖାନା ପରିସରରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର