ହରଡ଼ଜୋରରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ମୃତ

ସମ୍ବଲପୁର: ଧନୁପାଲି ଥାନା ହରଡଜୋର୍‌ ନାଳରେ ରବିବାର ବୁଡ଼ି ଜଣେ ଦଶମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ମହାବୀରପଡ଼ାର ରବୀନ୍ଦ୍ର ଜେନାଙ୍କ ପୁଅ ଅଭିଜିତ ଜେନା(୧୫) ବୋଲି ଜଣାପଡ଼ିଛି। ସେ ରବିବାର ସକାଳେ ଗାଧୋଇବାକୁ ହରଡ଼ଜୋର ନାଳକୁ ଯାଇଥିଲେ। ତେବେ କୌଣସି କାରଣରୁ ସେ ବୁଡ଼ି ଯାଇଥିଲେ।

ଦୀର୍ଘ ୨ ଘଣ୍ଟା ପରେ ପୁଲିସ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍୍କୁ ତୁରନ୍ତ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧନୁପାଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି।

ସମ୍ବନ୍ଧିତ ଖବର