ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କୁଟୁରେଙ୍ଗାପଡ଼ାରେ ରବିବାର ସନ୍ଧ୍ୟାରେ ବାଘ ଆତଙ୍କ ଦେଖାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁର ଜଣେ ୧୧ ବର୍ଷର ବାଳକ ବାଘକୁ ଦେଖି ଭୟଭୀତ ହୋଇ ଘରକୁ ଦୌଡ଼ି ପଳାଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଧରମବନ୍ଧା ଥାନା କୁଟୁରେଙ୍ଗାପଡ଼ାରୁ ଲକ୍ଷ୍ମଣ କେଉଁଟ ଗାଁଠାରୁ ୨ଶହ ମିଟର ଦୂରରେ ନିଜ ଚାଷ ଜମିରେ ଘର କରି ରହୁଛନ୍ତି। ରବିବାର ସନ୍ଧ୍ୟାରେ ଲକ୍ଷ୍ମଣଙ୍କ ପୁଅ ଦୀପକ କେଉଁଟ (୧୧) କୁଟୁରେଙ୍ଗାପଡ଼ାରୁ ସାଇକଲରେ ପାଣି ନେଇ ଘରକୁ ଯାଇଥିବା ବେଲେ ଅଧାବାଟରେ ହଠାତ୍ ଏକ ବାଘ ସହ ମୁହାଁମୁହିଁ ହୋଇଥିଲେ। ଦୀପକ ସାଇକଲକୁ ଛାଡି ଦେଇ ଚିତ୍କାର କରିଥିବାରୁ ସ୍ଥାନୀୟ ଲୋକମାନେ ଠେଙ୍ଗାବାଡ଼ି ଧରି ଦୌଡ଼ିଥିଲେ। ଯାହାଫଳରେ ବାଘଟି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ଏହି ଘଟଣା ପରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଗ୍ରାମର କୌଣସି ବ୍ୟକ୍ତି ବାଘ ଭୟରେ ଘରୁ ନ ବାହାରି ତାଟିକବାଟ ଦେଇ ରହୁଛନ୍ତି। ତେବେ ଏହା କଲାରାପତରିଆ ବାଘ ବୋଲି ଗ୍ରାମବାସୀ କହିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/tiger-1.jpg)